କରାଚିରେ ଜାରି ହେଲା ଜରୁରିକାଳୀନ ପରିସ୍ଥିତି

କରାଚି: ପାକିସ୍ତାନର କରାଚିରେ ଆଜି ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି। ଏଥିସହ ଖାଇବର ଓ ପଖତୁନ୍‌ଖାଓ୍ଵା ପ୍ରଦେଶକୁ ହାଇଆଲର୍ଟ ମଧ୍ୟରେ ଜାରି କରାଯାଇଛି। ସମସ୍ତ ସରକାରୀ ଅଧିକାରମାନଙ୍କର ଛୁଟିକୁ ରଦ୍ଦ କରି ଦେଇଛନ୍ତି। ପାକିସ୍ତାନର ସେନାମୁଖ୍ୟ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କଲାପରେ ତାଙ୍କ ପରାମର୍ଶ ଅନୁଯାୟୀ ପାକିସ୍ତାନ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଜାଣିବାକୁ ମିଳିଛି। ଅପରପକ୍ଷରେ ଭାରତୀୟ ବାୟୁସେନା ପକ୍ଷରୁ କରା ଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଏବେ ପାକିସ୍ତାନ ସରକାର ଏବେ ତାଙ୍କ ଦେଶରେ ସମସ୍ତ ଘରୋଇ ଓ ଅନ୍ତର୍ଜାତିକ ବିମାନର ଉଡ଼ାଣକୁ ରଦ୍ଦ କରିଦେଇଛି। ପାକିସ୍ତାନ ପ୍ରାୟ ଅର୍ଦ୍ଧାଧିକ ଅଞ୍ଚଳରେ ସନ୍ଧ୍ୟାପରେ କୌଣସି ପ୍ରକାର ଆଲୋକ ନ ଜାଳିବା ପାଇଁ ପାକିସ୍ତାନ ସେନା ପକ୍ଷରୁ କୁହାଯାଇଥିବା ବେଳେ ଜରୁରିକାଳୀନ ସେବା ଯୋଗାଉଥିବା ସମସ୍ତ ବିଭାଗକୁ ଅହର୍ନିସି ସଜାଗ ରହିବା ପାଇଁ ମଧ୍ୟ ସେନା ନିର୍ଦ୍ଦେଶରେ ନିର୍ଦ୍ଦେଶନାମା ଜରି କରିଛନ୍ତି।

Leave A Reply

Your email address will not be published.