ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା

ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା। ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ଏସ୍‌ପି ସୂଚନା ଦେଇଛନ୍ତି।

ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ଜଣେ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଅନ୍ୟମାନଙ୍କ ସ୍ୱାବ୍ ନିଆଯାଇଥିଲା। ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଏସ୍‌ପିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା। ତାଙ୍କର କୌଣସି କରୋନା ଲକ୍ଷଣ ନ ଥିଲା ବୋଲି ଏସ୍‌ପି ଅଜୟ ପ୍ରତାପ କହିଛନ୍ତି।

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.