ଭୁବନେଶ୍ୱର : ଜମିହୀନ ଚାଷୀଙ୍କୁ ଋଣ ସୁବିଧା । ରାଜ୍ୟ ସରକାର ପୂର୍ବ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଏଣ୍ଟ ଲାଇବିଲିଟି ଗ୍ରୁପ୍ ଜରିଆରେ ୫ ଜଣ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଗ୍ରୁପ୍ ପିଛା ୫୦,୦୦୦ ଟଙ୍କା ଋଣ ଦିଆଯିବ। ଏନେଇ କୌଣସି ସିକ୍ୟୁରିଟି ମଧ୍ୟ ଦେବାକୁ ପଡିବ ନାହିଁ। ରାଜ୍ୟରେ ବର୍ତ୍ତମାନ ୨୭୦୩ଟି ସମବାୟ ସମିତି ରହିଛି। ଗୋଟିଏ ସମିତି ୧୦ଟି ଗ୍ରୁପକୁ ଋଣ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହି ବ୍ୟବସ୍ଥା ନୂଆ ପଦକ୍ଷେପ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ବିଭାଗୀୟ ସଚିବ ରଂଜାନ ଚୋପ୍ରା କହିଛନ୍ତି-“ନୂଆ ଗାଇଡ଼୍ଲାଇନ ଆସି ନାହିଁ। ଆସିବାପରେ ସେ ବିଷୟରେ କୁହଯିବ।”
ଏସବୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଭାଗ ଚାଷୀ ଆଇନ କାର୍ଯ୍ୟକାରୀ ହୋଇନାହିଁ। ଏଭଳି ସ୍ଥିତିରେ କିଭଳି ଚାଷୀଙ୍କୁ ଚିହ୍ନଟ କରି ଗ୍ରୁପ୍ କରି ଋଣ ପ୍ରଦାନ କରାଯିବ? ଗ୍ରୁପ୍ କରି ଋଣ ଦେଲେ ମିଡିଲ୍ ମ୍ୟାନ୍ ପ୍ରଭାବ ରହିବ କି? କିଭଳି ଜଏଣ୍ଟ ଲାଇବିଲିଟି ଗ୍ରୁପ୍ ଭେରିଫିକେସନ୍ ହେବ? ଚାଷୀଙ୍କୁ ଋଣ ଦେବା ନାଁରେ ବାଟବାରଣ ହେବା ସମ୍ଭାବନା ନାହିଁ କି? ଏହି ବ୍ୟବସ୍ଥା ଭିତରେ ଟର୍ମ ଲୋନ୍ ୧୨୦୦ କୋଟି ଟଙ୍କା ରାଜ୍ୟ ସରକାର ବ୍ୟବସ୍ଥା କରିଥିବା ବେଳେ ସମୁଦାୟ ୭ହଜାର ୨ଶହ କୋଟି ଚଙ୍କାର ଲୋନ୍ ଦେବାକୁ ଘୋଷଣା କରାଯାଇଛି।
