ମଧୁରା : ଲଭ ବ୍ରେକଅପ ପ୍ରେମିକାଙ୍କ ଲାଗି ମହଙ୍ଗା ପଡିଛି । ପ୍ରେମିକକୁ ଆଉ ଭଲ ପାଇବା ଲାଗି ମନା କରିବାରୁ ପ୍ରେମିକା ପ୍ରେମିକଙ୍କ ଆକ୍ରମଣର ଶୀକାର ହୋଇଛନ୍ତି । ଏଭଳି ଘଟଣା ଘଟିଛି ୟୁପିରେ । ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଛୁରି ଭୂଷି ମାରିଦେବାକୁ ଉଦ୍ୟମ କରିଛି ବ୍ଭଲପାଇବାକୁ ପ୍ରେମିକା ବ୍ରେକଅପ କରିବାରୁ ଅଭିଯୁକ ପ୍ରେମିକ ଏଭଳି କାଣ୍ଡ କରିଛି । ପ୍ରେମିକର ଛୁରି ଭୂଷାରେ ଗୁରତ୍ର ହୋଇ ପ୍ରେମିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ତାଙ୍କ ସ୍ୱାସ୍ଥବ୍ୟସ୍ଥା ଗମ୍ଭିର ରହିଛି । ପୀଡାତାଙ୍କର ଅଭିଯୁକ୍ତ ପ୍ରେମିକ କୃଷ୍ଣା ଯାଦବଙ୍କ ସହ ପ୍ରେମ ସଂପର୍କ ଥିଲା । ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ପାଟି ତୁଣ୍ଡ ପରେ ପୀଡିତା ପ୍ରେମିକା ଜଣଙ୍କ ବ୍ରେକଅପ୍ କରି ଦେଇଥିଲେ । ହେଲେ ପ୍ରେମରେ ଅନ୍ଧ ହୋଇ ପଡିଥିବା ପ୍ରେମିକ କୃଷ୍ଣା ପ୍ରେମିକାଙ୍କୁ ଭୁଲି ପାରି ନଥିଲେ । ପୂର୍ବ ପରି ସେ ପ୍ରେମିକାଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ଏଥିରେ ପ୍ରେମିକା ରାଜି ନହେବାରୁ ଅଭିଯୁକ୍ତ ନିଜ ପ୍ରେମିକାଙ୍କୁ ଛୁରି ଭୁସି ଆକ୍ରମଣ କରିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।
