ଧମକାଇ କହିଲେ କିସ୍‍ କର , ଆପତି ଜନକ ମୁଦ୍ରାର ଭଇଡିଓ କଲେ ଭାଇରାଲ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳୀରେ ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ କରି ସେମାନଙ୍କ ଆପତି ଜନକ କାମ କରାଇବା ଓ ସେଇ ଦୃଶ୍ୟକୁ ମୋବାଇଲରେ ଭିଡିଓ କରି ଭାଇରାଲ କରିବା ଘଟଣା ଏବେ କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝରରେ ଭାଇରାଲ ହୋଇଥିବା ଏହି ଭିଡିଓ ପାହାଡ ଜଙ୍ଗଲ ପରିବେଶରେ ସୁଟିଂ ହୋଇଛି । ପ୍ରେମୀ ଯୁଗଳଙ୍କୁ ଏକାଧିକ ଯୁବକ ଘେରିଯାଇଛନ୍ତି । ଆଉ ପ୍ରେମିକ-ପ୍ରେମିକା ଦୁଇ ଜଣଙ୍କୁ ପାଖକୁ ଆସି ପରସ୍ପରକୁ କିସ କରିବାକୁ କହୁଛନ୍ତି । ଏଇ ଚାନ୍ସ ଆଉ କେବେ ପାଇବୁନି । ଯାହା କରିବାର କଥା କର । ଯାହା କରିବୁ ତୁ ଆଉ ମଜା ବି ନେବୁ ତୁ କହୁଛନ୍ତି । ଏଥିରେ ରାଜି ନହେବାରୁ ଯୁବକ ମାନେ ଦୁହିଁଙ୍କୁ ଜୋର କରି ଚୁମ୍ବନ କରିବା ସହ ଆପତି ଜନକ ମୁଦ୍ରାରେ ରହିବାକୁ ବାଧ୍ୟ କରୁଥିବାର ଦୃଶ୍ୟ ରହିଛି । ଏହା ସହ ଯୁବକଙ୍କ ବ୍ଲାକମେଲରେ ଡରି ଯାଇ ବାଳିକା ଜଣଙ୍କ ଭୋ ଭୋ କାନ୍ଦୁଥିବାର ଦୃଶ୍ୟ ମଧ୍ୟ ରହିଛି । ଏପରିି ଭିଡିଓ ଭାଇରାଲ ହେବା ପରେ କେନ୍ଦୁଝର ପୋଲିସ ଏବେ ଆରମ୍ଭ କରିଛି ଖୋଲତାଡ ।
ଆନନ୍ଦପୁର ନିକଟରେ ଏକ ପର୍ଯ୍ୟଟନସ୍ଥଳୀରେ ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ କରିଛନ୍ତି ଏକାଧିକ ଯୁବକ । ଯୁବତୀଙ୍କ ଘର ମଧ୍ୟ ସେଇ ସ୍ଥାନୀୟ ଅଞ୍ଛଳରେ ଓ ଯୁବକଙ୍କ ଘର ମୟୁରଭଞ୍ଜରେ ବୋଲି କୁହାଯାଉଛି । ଏଉ ଭିଡିଓରେ ଏକାଧିକ ଯୁବକଙ୍କ ଭିତରୁ ଜଣଙ୍କ ଫଟୋ ରହିଥିବାରୁ ପୋଲିସକୁ ସେମାନଙ୍କୁ ଧରିବାରେ ସହଜ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.