ପ୍ରେମିକ ସହ ରହିବାକୁ ନିଜକୁ ଗର୍ଭବତୀ କହି ମିଛ ସନ୍ତାନ ଜନ୍ମ ଦେଇ ସତ କବର ଦେଲା ପ୍ରେମିକା,ତେବେ କେମିତି ଧରା ପଡିଲା ସତ
ନୂଆଦିଲ୍ଲୀୁ : ପ୍ରେମିକ ସହ ରହିବାକୁ ନିଜକୁ ମିଛରେ ଗର୍ଭବତୀ କହିଲା ପ୍ରେମିକା । କେବଳ ଗର୍ଭବତୀ କହିଲାନି । ୯ ମାସ ଧରି ପିଲାକୁ ପେଟରେ ଧରିବାର ଅଭିନୟ କଲା । ଏମିତିକି ମିଛି ମିଛିକା ପିଲା ଜନ୍ନ କରାଇଲା ଆଉ ପିଲା ମରିଯାଇଛି କହି ତାକୁ ପୋତି ଦିଆଗଲା । ଏତେସବୁ ହେଲା ପରେ ବି ପ୍ରେମିକର ପରିବାର ଲୋକେ କିନ୍ତୁ ସତ ଜାଣିପାରିନଥିଲେ । ଶେଷରେ ପ୍ରେମିକର ସାଙ୍ଗମାନେ ସନ୍ଦେହ କରି ସତ ସାମନାକୁ ଆଣିଲେ । ପୋତା ଯାଇଥିବା ଶିଶୁ ଖୋଲ୍ୟାିବା ପରେ ପୁରା ଘଟଣା ଉପରୁ ଉଠିଥିଲା ପରଦା । ଏମିତି ଘଟଣଆ ଆମ ଦେଶରେ ନୁହେଁ ଘଟିଛି ଆମେରିକୀୟ ଦେଶ ହଣ୍ଡୁରାସରେ ଯାହା ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଛି ।
ସୂଚନା ମୁତାବକ, ରୋଜା ନାମକ ଜଣେ ମହିଳା ନିଜ ପ୍ରେମିକ ମେଲ୍ଭିନ୍ଙ୍କଠାରୁ ଅଲଗା ନ ହେବା ପାଇଁ ଗର୍ଭବତୀ ଥିବା କହିଥିଲେ । ତାଙ୍କ ପେଟରେ ଯମଜ ସନ୍ତାନ ଥିବା କହି ପ୍ରସବ ପାଇଁ ସେ ଏକା ଡ଼ାକ୍ତରଖାନା ଯିବେ କହି ଘରୁ ବାହାରି ଯାଇଥିଲେ । ଯିବାର ଗୋଟେ ଦିନ ପରେ ସେ ଘରକୁ ଫୋନ କରି ଦୁଇଟି ସନ୍ତାନ ମଧ୍ୟରୁ ଜଣେ ମୃତ ବୋଲି ଜଣାଇଥିଲେ । ଯାହା ପରେ ରୋଜାଙ୍କ ପରିବାର ଲୋକଙ୍କ ନିଦ ହଜି ଯାଇଥିଲା । ପର ଦିନ ରୋଜା ଘରେ ପହଞ୍ଚିବା ପରେ ତାଙ୍କ ହାତରେ ଏକ ଧଳା ରଙ୍ଗର କଫିନ୍ ଥିଲା । ଯାହାକୁ ସେ କାହାକୁ ବି ଖୋଲିବାକୁ ଦେଇ ନଥିଲେ । ଏହା ସହ ଦ୍ୱିତୀୟ ସନ୍ତାନକୁ ସେ ଡ଼ାକ୍ତରଖାନାରେ ଛାଡ଼ି ଆସିଥିବା କହିଥିଲେ । ସବୁ ଜାଣିବା ପରେ ମେଲ୍ଭିନ୍ ଅନ୍ତମସଂସ୍କାରର ପ୍ରବନ୍ଧ କରିଥିଲେ । କଫିନ୍କୁ ପୋତା ସରିବା ପରେ ମେଲ୍ଭିନ୍ ସାଙ୍ଗ ଇସ୍ମାଇଲଙ୍କର ରୋଜାଙ୍କ କାମକୁ ନେଇ ସନ୍ଦେହ ଆସିଥିଲା । ସେ ପୋତା ଯାଇଥିବା କଫିନ୍କୁ ପୁଣି ଥରେ ଖୋଳି ବାହାର କରିବାକୁ ଭାବିଥିଲେ। ଖୋଳିବା ପରେ କଫିନ୍ ଭିତରେ ଏକ କଣ୍ଡେଇ ଥିବା ଦେଖିଥିଲେ ଇସ୍ମାଇଲ । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଘଟଣା ପରେ କଫିନ୍କୁ ପୁଲିସ ହେପାଜତରେ ଦେଇ ସବୁ ସତ ଜଣାଇଥିଲେ ମେଲ୍ଭିନ୍ । କିନ୍ତୁ ରୋଜାଙ୍କ ବିରୋଧରେ କୌଣସି ଅଭିଯୋଗ କରି ନଥିଲେ ମେଲ୍ଭିନ୍ ।
