ସବୁ ଖୋଲିଦେଲେ ମଲ୍ଲିକା

ମୁମ୍ବାଇ : ସବୁ ଖୋଲିଦେଲେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତ୍‌  । ବଲିଉଡର ପୂରା ସ୍କ୍ରିନ ଖୋଲି ଦେଇଛନ୍ତି। ସବୁବେଳେ ଫିଲ୍ମରେ ଚୁମ୍ବନକୁ ଚର୍ଚ୍ଚା ହୁଏ। ଏଥର କିନ୍ତୁ ପୂରା ଡ୍ରେସ ଖୋଲିଦେଇଛନ୍ତି।   ପୂରା ଇଣ୍ତଷ୍ଟ୍ରି ଖାଲି ଉଠୁଛୁ ପଡୁଛି।  ଭିତର ବାହାର କିଛି ରଖିନାହାନ୍ତି। ମଲ୍ଳିକା ନିଜର ଡ୍ରେସ ଖୋଲି ନାହାନ୍ତି ବଲିଉଡର ଡ୍ରେସ ଖୋଲିଦେଇଛନ୍ତି।

ପିଟିଆଇକୁ ଏକ ସାକ୍ଷାତକାର ଦେଇ ବଲିଉଡ୍‌ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟ କଲା ଭଳି ମନ୍ତବ୍ୟ ଦେଇଛନ୍ତି ମଲ୍ଲିକା । ମଲ୍ଳିକା କହିଛନ୍ତି  ମୁଁ ହିରୋମାନଙ୍କ ଶଯ୍ୟା ସଂଗିନୀ ହେବାକୁ ମନା କରିବାରୁ ମୋତେ ଫିଲ୍ମ ମିଳିବା ବନ୍ଦ ହୋଇଗଲା।  ମଲ୍ଳିକାଙ୍କ ଏଭଳି ମନ୍ତବ୍ୟ ଏବେ ସମସ୍ତଙ୍କୁ ଚକିତ  କରିଛି । ୨୦୦୪ରେ ମଲ୍ଲିକାଙ୍କ ଫିଲ୍ମ ମର୍ଡ଼ର ରିଲିଜ୍‌ ପରେ ତାଙ୍କୁ ହଟ୍‌ ଅଭିନେତ୍ରୀର ମାନ୍ୟତା ଦିଆ ଯାଇଥିଲା । ମଲ୍ଲିକାଙ୍କ କହିବା ଅନୁସାରେ ମୁଁ ସ୍କ୍ରିନ୍‌ ଉପରେ ଚରିତ୍ର ପାଇଁ କାହାକୁ ଚୁମ୍ବନ ବା ଛୋଟ ପୋଷାକ ପିନ୍ଧୁଥିବାରୁ ଲୋକ ମୋ ଚରିତ୍ର ସେଭଳି ବୋଲି ଭାବି ନେଇଥିଲେ । ଯେତେବେଳେ ବି ମୋତେ ଫିଲ୍ମର ଅଫର ଆସୁଥିଲା ଫିଲ୍ମର ହିରୋ ମୋତେ ଉପଭୋଗ କରିବା ପାଇଁ ଚାହୁଁଥିଲେ । ମୁଁ ମନା କରିବାରୁ,  ଯଦି ତୁମେ ଫିଲ୍ମରେ ଏ କାମ କରିପାରୁଛ ତା’ହେଲେ ଏଥିରେ ଅସୁବିଧା କ’ଣ ବୋଲି କହୁଥିଲେ । ଶେଷରେ ମୁଁ ରାଜି ହେଉ ନ ଥିବାରୁ ଏମିତି ଅନେକ ଫିଲ୍ମର ଅଫର ମୋ ହାତରୁ ଚାଲି ଯାଇଛି । ଫିଲ୍ମରେ ମୁଁ ସେଭଳି କାମ କରୁଛି ତା’ ମାନେ ନୁହଁ ଅସଲ ଜୀବନରେ ମଧ୍ୟ ସେଭଳି କିଛି କରିବି । ମୋର ମଧ୍ୟ ଆତ୍ମସମ୍ମାନ ରହିଛି । ଖାଲି ମୋ ସହ ନୁହଁ,ଦେଶର ଅନେକ ମହିଳା ଏଭଳି ପରିସ୍ଥିତିର ଶିକାର ହେଉଛନ୍ତି । ମଲ୍ଳିକା ଏଭଳି ବୟାନ ଏବେ ବଲିଉଡେର କାଷ୍ଟିଂ କାଉଚ କାୟା  ଯେ କେତେ ଲମ୍ଭା ତାହା ପ୍ରମାଣ କରୁଛି।

Leave A Reply

Your email address will not be published.