ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ : କୁମ୍ବି ଯୋରଦାର

ଭୁବନେଶ୍ବର : ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ଓଡିଶା ଏବଂ ଛତିଶଗଡରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପୋଲିସର ଅପରେସନ ଗ୍ରୀନହଣ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଓଡିଶା ତଥା ପୂର୍ବ ଛତିଶଗଡରେ ଏହି ସଂଗଠନ କାମ କରୁଥିବାବେଳେ ବନ୍ଦ ଡାକରାକୁ ସଫଳ କରିବାକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର । ଫୁଲବାଣୀ ଗୋଛାପଡା ରାସ୍ତା କଟ୍ରିଙ୍ଗିଆରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ ।  ଉମରକୋଟ ରାଇଘରରେ ବି ମାଓ ପୋଷ୍ଟର ଲାଗିଛି । ସହରରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିର ରଥରେ ୩ଟି  ପୋଷ୍ଟର ମାରିଛନ୍ତି ମାଓବାଦୀ । ମେନପୁର ଡିଭିଜନ ଏସବୁ ପୋଷ୍ଟର ଲଗାଇଛି । ସେପଟେ କଳାହାଣ୍ଡିର ଭବାନିପାଟଣା ଥୁଆମୁଳରାମପୁର ରାସ୍ତା ଓ ଫୁଲିଘାଟି ଗୁଣପୁର ନିକଟରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ବଲାଙ୍ଗୀରରେ ମାଓଦମନ ଅଭିଯାନକୁ ବିରୋଧ କରି କରି ବରଗଡ-ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ଅଡିଓ ଟେପ ଜାରି କରିଛି । ସେହିପରି ନୂଆପଡା-ପତୋରା ରାସ୍ତାରେ ମାଓପୋଷ୍ଟର ଦେଖିବାକୁ ମିଳିଛି । ବନ୍ଦ ଡାକରାକୁ ଆଖି ଆଗରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ଜଙ୍ଗଲରେ କୁମ୍ବି କରୁଛନ୍ତି ସୁରକ୍ଷା କର୍ମୀ । ବିଭିନ୍ନ ସୀମାରେ ସିଲ କରି ଗାଡ଼ିମୋଟର ଯାଞ୍ଚ ହେଉଛି

Leave A Reply

Your email address will not be published.