ପରୀକ୍ଷାର୍ଥୀଙ୍କ ଛାତି ଧଡଧଡ : କାଲି ୯ଟାରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

କଟକ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ ।ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟ ଅର୍ଥାତ୍ ବୋର୍ଡ କାର୍ଯ୍ୟାଳୟରେ ସକାଳ ୯ଟାରେ ବିଧିବଦ୍ଧ ଭାବେ ଏହା ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟାରେ ବୋର୍ଡ ଓ୍ବେବ୍ସାଇଟ୍ରୁ ଛାତ୍ରଛାତ୍ରୀମାନେ ନିଜ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ଅପରାହ୍ଣ ୨ଟାରୁ ଓ୍ବେବ୍ସାଇଟ୍ରେ ଉପଲବ୍ଧ ହେବ ଓଏମ୍ଆର୍ ଆନ୍ସର ସିଟ୍ । ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଏନେଇ ଉତ୍କଣ୍ଠା ବଢିବାରେ ଲାଗିଛି ।
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଛାତି ଧଡଧଡ । କାରଣ କାଲି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଫଳ ପ୍ରକାଶ ପାଇବ । କ୍ୟାରିଅରର ପ୍ରଥମ ବଡ ସୋପାନ ପାର କରିବେ ଏମାନେ । କାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ୍ ରେଜଲ୍ଟ । ପୂର୍ବାହ୍ନ ୯ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଏହାକୁ ବିଧିବଦ୍ଧ ଭାବରେ ପ୍ରକାଶ କରାଯିବ । ମଧ୍ୟାହ୍ନ ୧୨ଟାରୁ ବୋର୍ଡର ଓ୍ବେବ୍ସାଇଟ୍ www.bseodisha.ac.in , www.bseodisha.nic.in ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ନିଜର ଫଳାଫଳ ସମ୍ପର୍କରେ ଜାଣି ପାରିବେ । ଅପରାହ୍ନ ୨ଟାରୁ ମାଟ୍ରିକ୍ ପରୀକ୍ଷାର ଓଏମ୍ଆର ଉତ୍ତର ଖାତା ଓ୍ବେବ୍ସାଇଟ୍ରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଏସ୍ଏମ୍ଏସ୍ ଜରିଆରେ ନିଜ ନିଜ ଫଳାଫଳ ସମ୍ପର୍କରେ ମଧ୍ୟ ଜାଣି ପାରିବେ । ପ୍ରଥମେ OR10 ଟାଇପ୍ କରି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇ ନିଜ ଫଳାଫଳ ସମ୍ପର୍କରେ ଜାଣି ପାରିବେ ।ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବଢିବାରେ ଲାଗିଛି ଉତ୍କଣ୍ଠା ।
ରେଜଲ୍ଟ ବାହାରିବା ଠାରୁ ସାତ ଦିନ ପର୍ଯ୍ୟନ୍ତ ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯିବାର ବ୍ୟବସ୍ଥା ହୋଇଛି । କୌଣସି ଅଭିଯୋଗ ଥିଲେ ପୂର୍ବାହ୍ନ ୧୦ଟାରୁ ୫ ଟା ଭିତରେ ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦ ନମ୍ବରରେ ବୋର୍ଡ କଣ୍ଟ୍ରୋଲ୍ ରୁମ୍ ସହ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କର ଅଭିଭାବକମାନେ ଯୋଗାଯୋଗ କରିପାରିବେ । ସେପଟେ ଏକ୍ସପର୍ଟଙ୍କ ମତ ଯଦି କୌଣସି ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଖରାପ ହୁଏ କିମ୍ବା କୌଣସି କାରଣରୁ ଏହା ପ୍ରକାଶ ପାଇ ନଥାଏ ତେବେ ଭାଙ୍ଗି ପଡିବା ଉଚିତ ନୁହେଁ ।
ଏଥର ୬ ଲକ୍ଷ ୮ ହଜାର ୩୧ ଜଣ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୯୦ ହଜାର ୩୬୩ ଜଣ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି । ଗତ କିଛି ବର୍ଷ ହେବ ମାଟ୍ରିକ୍ରେ ପାସ୍ ହାର କ୍ରମାଗତ ଭାବେ ବଢିଥିବା ଲକ୍ଷ କରାଯାଇଛି । ୨୦୧୬ରେ ପାସ୍ ହାର ୮୫ ଦଶମିକ ୨ ପ୍ରତିଶତ ଥିବା ବେଳେ ୨୦୧୭ ଏହା ୮୬ ଦଶମିକ ୩୭ ପ୍ରତିଶତରେ ପହଞ୍ଚିଥିଲା । ତେବେ ଗତ ବର୍ଷ ୭୪୮ ଟି ସ୍କୁଲ୍ ଶତ ପ୍ରତିଶତ ରେଜଲ୍ଟ କରିଥିବା ବେଳେ, ୨୨ ଟି ସ୍କୁଲରେ ଜଣେ ବି ପରୀକ୍ଷାର୍ଥୀ ପାଶ୍ କରିପାରି ନଥିଲେ ।

Leave A Reply

Your email address will not be published.