୭ ବର୍ଷର ଝିଅକୁ ଦୁଷ୍କର୍ମ କଲେ ତଣ୍ଟି ଚିପି ଫୋପାଡିଦେଲେ

ଝାଲଓ୍ବାର  : ଦୁଷ୍କର୍ମ ପରେ ହତ୍ୟା । ୭ ବର୍ଷର ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କଲେ । ଆଉ ଧରା ପଡିବା ଭୟରେ ତଣ୍ଚି ଚିପି ହତ୍ୟା କଲେ । ଏମିତି ଘଟଣା ଘଟିଛି ରାଜସ୍ଥାନର ଝାଲଓ୍ବାରଠାରେ । ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟାକରି ଫିଙ୍ଗି ଦେଇଛନ୍ତି ଦୁର୍ବୁତ । ସ୍ଥାନୀୟ ଏକ ପଡିଆରୁ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି । ଝିଅଟି ଘର ନିକଟରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା।  ସେ ବିଳମ୍ବିତ ରାତି ଯାଏ ଘରକୁ ନ ଫେରିବାରୁ ଝିଅଟିର ବାପା ଶନିବାର ସକାଳେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି  ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ସର୍ଚ୍ଚ ଅପରେସନ୍‌ ବେଳେ ଘର ନିକଟସ୍ଥ ଏକ ପଡ଼ିଆରୁ ଝିଅଟିର ମୃତଦେହ ମିଳଥିଲା। ଶବବ୍ୟବଚ୍ଛେଦ ପରେ ଝିଅଟିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଥିବା ସ୍ପଷ୍ଟ ହୋଇଛି। ପୁଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.