ଉତ୍ତର ପ୍ରଦେଶରେ : ଉତ୍ତର ପ୍ରଦେଶରେ ଜଣେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଛି । ଘଟଣାରେ ସଂପୃକ୍ତ ଅଛି ଜଣେ ୧୫ ବର୍ଷିଅ ବାଳକ । ମୁରଦାବାଦ ଜିଲ୍ଲାରେ ଏହି ଅଭବନୀୟ ଘଟଣା ଘଟିଛି । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଅପରାଧ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଅପରାଧୀମାନେ ଏହାକୁ ଖାତିର କରୁ ନାହାନ୍ତି । ଫଳରେ ରାଜ୍ୟରେ ଅଧିକ ସମୟ ଧରି ଅପରାଧ ଘଟୁଛି
ଦୁଷ୍କର୍ମ ପରେ ୪ ବର୍ଷର ନାବାଳିକା ପରିବାରରେ କହିବା ପରେ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ମୁରଦାବାଦ ଆଇଜି ବିନୋଦ କୁମାର ସିଂହ କହିଛନ୍ତି, ଅଭିଯୁକ୍ତ ନାବାଳକ । ଆମେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ସିଂହ କହିଛନ୍ତି । ।
