୮ରେ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ମିନିଷ୍ଟ୍ରି ଅଫ୍ ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ୍ ଏଂଟରପ୍ରାଇଜେସ୍ (ଏମଏସଏମଇ) ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର । ଏହି ଟ୍ରେଡ୍ ଫେୟାର ଆସନ୍ତା ୧୨ ତାରିଖ ଯାଏଁ ଚାଲିବ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ଫେୟାରରେ ୨୦ଟି ଇରାନ କମ୍ପାନୀ ଓ ୧୦ଟି ବାଂଲାଦେଶ କମ୍ପାନୀର ପ୍ରତିନିଧି ଯୋଗଦେବେ।

୨୮୦ ଷ୍ଟଲ୍‌ରେ ଏମଏସଏମଇ ଉତ୍ପାଦ ପ୍ରଦର୍ଶିତ ହେବ। ଏହାବାଦ ୩୨ଟି ଷ୍ଟଲରେ ବିଭିନ୍ନ ଟେକ୍ନୋଲୋଜିର ଡେମୋନ୍‌ଷ୍ଟ୍ରେସନ ସହ ୨୮ଟି ଷ୍ଟଲ୍‌ ସରକାରୀ ବିଭାଗ ପାଇଁ ରହିବ। ସେହିପରି ଫୁଡ୍‌କୋଟ୍‌ ସହ ଅନ୍ୟାନ୍ୟ ଷ୍ଟଲ୍‌ ରହିବ। ବର୍ତମାନ ସୁଧା ରାଜ୍ୟରେ ୮୦ ହଜାର ଏମଏସଏମଇ ୟୁନିଟ୍‌ ଥବା ବେଳେ ୨୦ ବର୍ଷ ମଧ୍ୟରେ ୬୦ ହଜାର ପ୍ରତିଷ୍ଠା ହୋଇଛି। ପ୍ରତି ୟୁନିଟ୍‌ରେ ହାରାହାରୀ ୩୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।  ହିଂଜିଳି ଓ କେସିଙ୍ଗାରେ ଏମଏସଏମଇ ପାର୍କ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେସିଙ୍ଗା ପାର୍କ ପାଇଁ ୧୨୮ ଏକର ଜମି ଅଧିଗ୍ରହଣ ଶେଷ ହୋଇଥିବା ବେଳେ ହିଞ୍ଜିଳି ପାଇଁ ୮୦ ଏକର ଜମି ଅଧିଗ୍ରହଣ ହୋଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ।

Leave A Reply

Your email address will not be published.