ଛେଣ୍ଡିପଦା : ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ବାନ୍ଧି ପିଟିଲେ ଲୋକେ। ଏମିତି ଘଟଣା ଘଟିଛି ଅନୁଗୋଳ ଛେଣ୍ଡିପଦା ଥାନା ଅଞ୍ଚଳର । ଜୈନେକ ମହିଳାଙ୍କୁ ଅସଦାଚରଣ କରିବା ନେଇ ମୁଣ୍ଡାମାଳ ସାହିର ଲିଲିପ ସାହୁକୁ ମହିଳାଙ୍କ ସମ୍ପର୍କିୟ ଲୋକ ଦଉଡିରେ ବାନ୍ଧି ନିର୍ଧୁମ ଛେଚିଲେ । ଏକ ଖୁଣ୍ଟରେ ଯୁବକଙ୍କୁ ଦଉଡିରେ ବାନ୍ଧି ପକାଇଥିଲେ ଲୋକେ । ତା ପରେ ନିର୍ଧୁମି ଛେଚିବା ଆରମ୍ଭ କରିଥିଲେ । ମହିଳାମାନେ ବି ଛାଡି ନଥିଲେ । ସେମାନେ ବି ଯୁବକଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଲିଲିପକୁ ଉଦ୍ଧାର କରିଥିଲେ ।ଅବସ୍ଥା ଗୁରୁତର ଥିବାରୁ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର ଭର୍ତି କରାଯାଇଛି।
