ଭୁବନେଶ୍ୱର: ଶାସକ ଦଳ ମୁଖ୍ୟ ସଚେତକ ତଥା ଯାଜପୁର ଜିଲ୍ଲା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ରୀମତୀ ମଲ୍ଲିକ ଟୁଇଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।
ମୋର କୋରୋନା ପରୀକ୍ଷା କରିଥିଲି , ଆଜି ଏହାର ରିପୋର୍ଟ ପଜିଟିଭ ଆସିଅଛି ।କରୋନାର କୌଣସି ଲକ୍ଷଣ ନାହିଁ, ମୁଁ ଘରେ ସଙ୍ଗରୋଧରେ ଅଛି ଏବଂ ଭଲ ଅଛି । ବିଗତ ଦଶ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ସେମାନଙ୍କ କରୋନା ପରୀକ୍ଷା କରେଇନେବାକୁ ଅନୁରୋଧ । @IPR_Odisha @HFWOdisha
— PRAMILA MALIK 🇮🇳 (@pramila_mallick) September 27, 2020
ଟୁଇଟରେ ସେ ଲେଖିଛନ୍ତି, ମୁଁ କରୋନା ପରୀକ୍ଷା କରାଇଥିଲି। ଆଜି ଏହାର ରିପୋର୍ଟ ପଜିଟିଭ୍ ଆସିଛି। ସେ କହିଛନ୍ତି, ମୋ ଠାରେ କୌଣସି କରୋନାର ଲକ୍ଷଣ ନାହିଁ। ମୁଁ ଘରେ ସଂଗରୋଧରେ ଅଛି ଏବଂ ଭଲ ଅଛି। ବିଗତ ୧୦ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି।
