୫ରେ ଜମିବ ରାଜ୍ୟ ରାଜନୀତି : ପୂର୍ବରେ ନବୀନଙ୍କ ଶୋ,ଉତ୍ତରରେ ଗାର୍ଜିବେ ମୋଦି

ଭୁବନେଶ୍ବର: ଜାନୁଆରୀ ୫ରେ ଜମିବ ରାଜ୍ୟ ରାଜନୀତି । ମୋଦି ଆସିବେ ବାରିପଦା ଆଉ ନବୀନ ଯିବେ ପୁରୀ। ଏଥର ମୋଦି ନବୀନ ସରକାରଙ୍କ ପ୍ରତି ଟିକେ କଡା ଆଭିମୁଖ୍ୟ ରଖିବେ ବୋଲି ଆଲୋଚନା ଚାଲିଥିବା ବେଳେ ନବୀନ ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ଟଙ୍କା ଓ ମୋବାଇଲ ଦେଇ ମହିଳା ଭୋଟରଙ୍କ ମନ ମୋହିବେ ।

ସରଗରମ ହେଲାଣି ରାଜ୍ୟ ରାଜନୀତି । ୫ ତାରିଖରେ ମୋଦି ଆସୁଛନ୍ତି ବାରିପଦା । ୫ ତାରିଖ ଦିନ ନବୀନ ଯିବେ ପୁରୀ। ଚାଲିବ ଆଟାକ୍‌ କାଉଣ୍ଟର ଆଟାକ୍ । ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ମୋଦି ଖୋର୍ଦ୍ଧା ଆସି ନବୀନ ସରକାରଙ୍କୁ ତେରଛା ବାଣ ମାରିଥିଲେ ।  କିନ୍ତୁ ପ୍ରତିଷ୍ଠା ଦିବସରେ ନବୀନ ସିଧା ନିଶାନା ସାଧିଥିଲେ ମୋଦି ସରକାରଙ୍କୁ । ତେଣୁ ଏଥର ହେବ ଜୋରଦାର ଲଢ଼େଇ ।  ନବୀନ ସରକାରଙ୍କ ଆଡକୁ ସିଧା କରିପାରନ୍ତି ଟାର୍ଗେଟ। ସେପଟେ ମୋଦିଙ୍କ ବାରିପଦା ଗସ୍ତକୁ କାଉଣ୍ଟର କରିବାକୁ ପୁରୀରେ ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କ ସମ୍ମିଳନୀରେ ଯୋଗ ଦେବେ ନବୀନ। ଆର୍ଥିକ ସହାୟତା ଓ ମୋବାଇଇଲ ବାଣ୍ଟିବେ ।  

, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ୬୦ ହଜାରରୁ ଅଧିକ ମହିଳାଙ୍କୁ ସରକାର ଏକାଠି କରିବେ ଓ ପୂର୍ବ େଘାଷଣା ମୁତାବକ, ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ମୋବାଇଲ ଓ ୧୫ ହଜାର ଟଙ୍କା ଦେବେ। ମିଳିଥିବା ସୂଚନା ଅନୁସାରେ, ନୂଆ ଓ ପୁରୁଣା ମିଶି ଜିଲ୍ଲାରେ ୪୨ ହଜାର ସ୍ବୟଂ ସହାୟକ େଗାଷ୍ଠୀକୁ ଏହି ସମାବେଶକୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ଭିତରୁ ୨୭ ହଜାର ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ୧୫ ହଜାର େଲଖାଏଁ ଦିଆଯିବ ଓ ଏହି ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଯିବ। ସେହିଭଳି ବାକି ଏଚଏଚଜିଙ୍କୁ େମାବାଇଲ ବାବଦରେ ୩ହଜାର ଟଙ୍କା େଲଖାଏଁ ସରକାର େସମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିବେ। ଜିଲ୍ଲାର େମାଟ ୧୧ଟି େଫଡେରେସନ ଓ ପୌରାଞ୍ଚଳରେ େଗାଟିଏ ମହିଳା େଫଡେରେସନକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପୁରୀ ପରେ ଏହିଭଳି ଅନ୍ୟ ଜିଲ୍ଲାମାନଙ୍କରେ ପର୍ଯ୍ୟାୟଵାରି ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ।

ବାରିପଦାରେ ମୋଦି ହରିପୁରଗଡ଼ର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ । ବାଲେଶ୍ବର-ହଳଦିଆ-ଦୁର୍ଗାପୁର ପାଇପଲାଇନ ପ୍ରକଳ୍ପର ଶୁଭାରମ୍ଭ। ଏହାପରେ ନିକଟସ୍ଥ ଦଳୀୟ ସଭାରେ ଯୋଗ ଦେବେ। ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସମ୍ଭାବନା ରହିଛି।  ରେଳମନ୍ତ୍ରୀଙ୍କୁ ଚିଠି ଲେଖି ମୟୂରଭଞ୍ଜର ରେଳପଥର ବିକାଶ ପାଇଁ ଅନୁରୋଧ କରିଛନ୍ତି ନବୀନ। ତେଣୁ ମୋଦି ଏଠାରେ ଏନେଇ ଘୋଷଣା କରିବେ କି ନାହିଁ ତା ଉପରେ ମୟୂରଭଞ୍ଜ ବାସୀ ସତର୍କ ଦୃଷ୍ଟି ରଖିଛନ୍ତି û ପୂର୍ବରୁ ଖୋଦ୍ଧା ସମାବେଶେର ପ୍ରଧାନମନ୍ତ୍ରୀ ଧୀର ପାଣି ପଠରକାଟେ ନ୍ୟାୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟ ବିକାଶର ମନ୍ଥର ଗତୀ କଥା କହି ସରକାରଙ୍କ ଅପାଗରତା କଥା ବଖାଣିଥିଲେ । ହେଲେ ମୋଦିଙ୍କ ଭାଷଣରେ କଡା ସମାଲୋଚନା ନଥିବାକୁ ନେଇ ରାଜ୍ୟ ରାଜନୀତିରେ ବଶେ ଚର୍ଚ୍ଚା ହୋଇଥିଲା । ଏବେ ବାରିପଦାରେ ପ୍ରଧାନମନ୍ତ୍ରୀ କଣ କହିବେ ତାହା ଉପରେ ନଜର ରହିଛି । ହେଲେ ୫ ତାରିଖ ଦିନ ଭଭୟ ବିଜେଡି ବିଜେପି ସାଧାରଣ ସଭା କରିବାକୁ ନେଇ କେହି କାହାକୁ ଛାଡିବା ମୁଡରେ ନଥିବା ପରି ଲାଗୁଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପକୂଳ ଓଡିଶାରେ ପୁରୀରେ ସଭା କରୁଥିବାବେଳେ ବିଜେପି ସର୍ବୋଚ ନେତା ଉତ୍ତର ଓଡିଶା ବାରିପଦାରେ ସଭା କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ସେଥିଲାଗି ନିର୍ବାଚନ ପୂର୍ବରୁ କେହି କାହାକୁ ସ୍ପେଶ ଦେବା ମୁଡେରେ ନଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି ।

Leave A Reply

Your email address will not be published.