ମୋବାଇଲ କିଣିବାକୁ ଜନ୍ମ ଦେଲା ଶିଶୁକୁ୪୦ହଜାର ଟଙ୍କାରେ ବିକିଲା ମା

ନୂଆଦିଲ୍ଲୀ : ମୋବାଇଲ ପାଇଁ ମା ଭୁଲିଗଲା ମମତା । ପିଲାର ସେହ୍ନ ଆଗରେ ମୋବାଇଲ ବଡ ହେଲା । ନୂଆ ମୋବାଇଲ ହ୍ୟାଣ୍ଡସେଟ କିଣିବାକୁ ନିଜ ଜନ୍ମକଲା ଶିଶୁକୁ ବିକିଦେଲା ମା । ଏମିତି ଏକ ଘଟଣା ଏବେ ଅନ୍ତଜାତୀୟ ମିଡିଆରେ ହେଡଲାଇନରେ ରହିଛି । ଘଟଣଆ ଘଟିଛି ନାଇଜେରିଆରେ । ଜଣେ ମା ନୂଆ ହ୍ୟାଣ୍ଡସେଟ କିଣିବାକୁ ନିଜର ଦେଢ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଛି । ଏହି ଘଟଣା ପୋଡଶୀ ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ମହିଳା ବା ମାଙ୍କୁ ଗିରଫ କରିଛି ।

ମିଡିଆ ସୂଚନା ମୁତାବକ, ୨୩ବର୍ଷିୟ ମିରେକଲ ଏକ ଅନାଥଆଶ୍ରମରେ ନିଜ ଶିଶୁକୁ ବିକ୍ରି କରିଥିବା ଜଣାପଡ଼ିଛି । ଏଥି ପାଇଁ ତାଙ୍କୁ ୪୦ ହଜାର ଟଙ୍କା ମିଳିଥିଲା । ଏହି କାମ ପାଇଁ ସେ ନିଜ ଭାଇଙ୍କ ସାହାଯ୍ୟ ନେଇଥିବା ବେଳେ ଅଭିଯୁକ୍ତ ଭାଇକୁ ଗିରଫ କରି ପାରିନାହିଁ ପୁଲିସ । ଅଭିଯୁକ୍ତ ଭାଇ ଶିଶୁକୁ ବିକ୍ରି କରିବା ପରେ କହିଥିଲେ, ଯେଉଁ ଟଙ୍କା ମିଳିବ ସେ ଟଙ୍କାରେ ତୁମେ ତୁମ ସ୍ୱାମୀଙ୍କ ବ୍ୟବସାୟରେ ଲଗାଇବା ସହ ନିଜ ପାଇଁ ଫୋନ କିଣି ପାରିବ । ଏହି ଅଭିଯୋଗ ପରେ ପୁଲିସ ମିରେକଲଙ୍କୁ ଗିରଫ କରିବା ସହ ତାଙ୍କ ଭାଇଙ୍କୁ ଖୋଜିବା ଆରମ୍ଭ କରିଛି ।

 

Leave A Reply

Your email address will not be published.