MSP ବିବାଦ : ଏବେ ଉତ୍ପାଦନ ଦରକୁ ନେଇ ଶାଶକ ଭିରୋଧୀ ଭିଡା ଭିଡି

ଭୁବନେଶ୍ବର : MSP ବିବାଦ । କେନ୍ଦ୍ର ସରକାର ଧାନ ସମେତ ୧୪ଟି କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ବିୃଦ୍ଧି କରିଥିଲେ ମଧ୍ୟ ବିବାଦ ଥମିନି । ଆମ ରାଜ୍ୟରେ ଧାନର ଉତ୍ପାଦନ ଖର୍ଚ୍ଚକୁ ଅନ୍ୟ ରାଜ୍ୟର ଉତ୍ପାଦନ ଖର୍ଚ୍ଚ ସହ ତୁଳନା କରି କେନ୍ଦ୍ରର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ରାଜ୍ୟ ସରକାର ।

ଧାନର ଏମଏସପି ବୃଦ୍ଧିକୁ ନେଇ ଜୋର ଧରିଲା ରାଜନୀତି । କେନ୍ଦ୍ର ସରକାରଙ୍କ ସବନିମ୍ନ ଉତ୍ପାଦନ ଖର୍ଚ୍ଚକୁ ମାନୁ ନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଧାନରେ ହେକ୍ଟର ପିଛା ଉତ୍ପାଦନ ଖର୍ଚ୍ଚ ୪୯ ହଜାର ୩୦୮ ଟଙ୍କା ହୋଇଥିବା ବେଳେ କ୍ବିଣ୍ଟାଲ୍ ପିଛା ଖର୍ଚ୍ଚ ହେଉଛି ୧୩୬୨ ଟଙ୍କା । ଯାହାକୁ ରାଜ୍ୟ ସରକାର ମାନିବାକୁ ନାରଜ। ରାଜ୍ୟର ହେକ୍ଟର ପିଛା ୮୭ ହଜାର ୮୯୨ ଟଙ୍କା ଏବଂ କ୍ବିଣ୍ଟାଲ୍ ପିଛା ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି । କେନ୍ଦ୍ର କହୁଛି, ସ୍ବାମୀନାଥନ କମିଟର ସୁପାରିଶ ଆଧାରରେ ଏମଏସପି ୫୦ ପ୍ରତିଶତ ବଢ଼ାଯାଇଛି । ରାଜ୍ୟ କୃଷି ମନ୍ତ୍ରୀ କିନ୍ତୁ କହୁଛନ୍ତି ସ୍ବାମୀନାଥନ କମିଟି ସୁପାରିଶର ଅଧା ପାଳନ ହୋଇଛି ।

ଏମଏସପି ବୃଦ୍ଧିକୁ ନେଇ କୃଷି ବିଶେଷଜ୍ଞମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓଡ଼ିଶାକୁ ପଞ୍ଜାବ ଓ ହରିୟାଣା ସହ ତୁଳନା କରିବା ଠିକ୍ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ସେମାନଙ୍କ କହିବା କଥା, ଅନ୍ୟ ରାଜ୍ୟର ଚାଷୀ ଅପେକ୍ଷା, ଓଡ଼ିଶା ଚାଷୀ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ ସାମ୍ନା​‌ କରୁଛନ୍ତି । ସେପଟେ ଉତ୍ପାଦନ ପାଇଁ ଖର୍ଚ୍ଚ ଅଧିକ ହେଉଥିବା ବେଳେ ଖର୍ଚ୍ଚ ତୁଳନାରେ ଉତ୍ପାଦନ କମ୍ ହେଉଛି । ତେଣୁ ଏମଏସପି ଆଉ କିଛି ବଢାଇବାର ଥିଲା ବୋଲି କୃଷି ବିଶେଷଜ୍ଞ କହିଛନ୍ତି ।

କେବଳ ଏମଏସପି ବୃଦ୍ଧି ହେଲେ ଚାଷୀଙ୍କ ଆୟ ବୃଦ୍ଧି ହେବନି । ଜମିର ଚକବନ୍ଦୀ, କୃଷିରେ ବୈଷୟିକ ଜ୍ଞାନ କୌଶଳ ଏବଂ ଜଳ ସେଚନ ସୁବିଧା କରାଇଲେ କୃଷକଙ୍କ ଆୟ ବଢ଼ିପାରିବ । ତେଣୁ ସେସବୁ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ ।

 

Leave A Reply

Your email address will not be published.