ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ପରେ ଏବେ ତାଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ତାରିଖ ଠିକ୍ ହୋଇ ଯାଇଛି । ମୁକେଶ ଏବଂ ନିତାଙ୍କ ଗେହ୍ଲା ଝିଅ ଇଶା ଏହି ଡିସେମ୍ବର ମାସରେ ବିଜନେସମ୍ୟାନ ଅଜୟ ପିରାମଲମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ଆନନ୍ଦ ଇଶାଙ୍କୁ ମହାବଳେଶ୍ୱର ମନ୍ଦିରରେ ପ୍ରପୋଜ କରିଥିଲେ । ଏହା ପରେ ଦୁଇ ଜଣ ନିଜ ପରିବାର ଲୋକଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ସୂଚନାଯୋଗ୍ୟ କି, ଇଶା ଏବଂ ଆନନ୍ଦ ବହୁ ଦିନରୁ ବନ୍ଧୁ ଭାବେ ଥିଲେ । ଅମ୍ବାନୀ ଏବଂ ପିରାମଲ ପରିବାର ଦୁହେଁ ଦୁର୍ହିଙ୍କୁ ଚାରି ଦଶକରୁ ଜାଣିଛନ୍ତି । ବର୍ତମାନ ଏହି ବନ୍ଧୁତା ସମ୍ପର୍କରେ ଯୋଡି ହେବାକୁ ଯାଉଛି । ସୋସିଆଲ ମିଡିଆରେ ଦୁଇଜଣଙ୍କର ଏକ ଫୋଟ ମଧ୍ୟ ସାମନାକୁ ଆସିଛି । ଏହି ଫୋଟକୁ ହେଲମେଗଇଣ୍ଡିଆ ନାମକ ଏକ ଆକାଉଂଟରେ ସେୟାର କରାଯାଇଥିଲା ଓ ତଳେ କ୍ୟାପସନ ଲେଖାଯାଇଥିଲା କି, ଅମ୍ବାନୀ ପରିବାରରେ ଆଉ ଏକ ଭବ୍ୟ ବିବାହ । ଆନନ୍ଦ ପେନସେଲବେନିଆ ବିଶ୍ୱଦ୍ୟାଳୟରେ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ କରିଛନ୍ତି । ହାୱାଡ ବିଜନେସ ସ୍କୁଲରୁ ସେ ବିଜନେସ ଆଡମିନଷ୍ଟ୍ରେସନରେ ପୋଷ୍ଟ ଗ୍ରାଜୁଏଟର ଉପାଧି ପ୍ରାପ୍ତ କରିଛନ୍ତି । ବର୍ତମାନ ସେ ପରିମଲ ଏଂଟରପ୍ରାଇଜର ସଂସ୍ଥାପକ ଅଛନ୍ତି ।
