ବାସ୍ତବରେ ମୁନ୍ନା ଭାଇ ଏମବିବିଏସ  : ନିଟରେ ଶୁନ ନମ୍ବର ରଖି ,ଡାକ୍ତରୀ ପାଠ ପଢିଲେ ୧୧୦ ଛାତ୍ର ଛାତ୍ରୀ

ଭୁବନେଶ୍ବର : ନିଟ୍ ପରୀକ୍ଷାରେ କିଛି ପେପରରେ ଶୂନରୁ କମ୍ ରଖିବା ସତ୍ତ୍ବେ MBBSରେ ଆଡମିଶନ । ୨୦୧୭ MBBS  ଆଡମିଶନରେ ପଦାକୁ ଆସିଛି ଏମିତି ତଥ୍ୟ।  ନିଟ୍ ପରୀକ୍ଷାରେ ଫିଜିକ୍ସ,କେମିଷ୍ଟ୍ରି,ବାୟୋଲୋଜିର ଅଲଗା ଅଲଗା  କଟ୍ ଅଫ୍ ମାର୍କ ନଥିବାରୁ ଫିଜିକ୍ସ ଓ କେମିଷ୍ଟ୍ରୀ ଏକକ ସଂଖ୍ୟକ ନମ୍ବର ରଖିଥିବା ପ୍ରାୟ ୪୦୦ ପରୀକ୍ଷାର୍ଥୀ ଏବଂ ଶୂନରୁ କମ୍ ନମ୍ବର ରଖିଥିବା ୧୧୦ଜଣ ପରୀକ୍ଷାର୍ଥୀ ଏମବିବିଏସରେ ଆଡମିଶନ ନେଇଥିଲେ। ଏହିସବୁ ପରୀକ୍ଷାର୍ଥୀ ଘରୋଇ ମେଡିକାଲ କଲେଜରେ ଆଡମିଶନ ନେଇଥିଲେ।  ଏହି ଘଟଣା ଆମ ଦେଶର ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଛିଡା କରିଛି। ଯଦି ଶୂନ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ  ମେଡିକାଲ କଲେଜରେ ଆଡିମିସନର ସୁଯୋଗ ମିଳୁଛି ତେବେ ନିଟ୍ ଭଳି ପ୍ରବେଶିକା କରିବାର ଆବଶ୍ୟକତା ନେଇ ବୁଦ୍ଧିଜୀବୀ  ପ୍ରଶ୍ନ କରିଛନ୍ତି। ପୂର୍ବରୁ ପ୍ରବେଶିକା ପରୀକ୍ଷାରେ ଅଲଗା ଅଲଗା ବିଷୟରେ ଅତି କମ୍ ରେ ୫୦ ପ୍ରତିଶତ ନମ୍ବର ରଖିବାକୁ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ପରବର୍ତ୍ତି ସମୟରେ ଏହାକୁ କୋହଳ କରାଯାଇ ପରସେଣ୍ଟଜ ସିଷ୍ପମକୁ ଆପଣା ଯାଇଥିଲା। ୨୦୧୭ରେ ଘରୋଇ କଲେଜରେ ନାମ ଲେଖାଇଥିବା ୧୯୯୦ ପରୀକ୍ଷାର୍ଥୀଙ୍କ ନିଟ୍ ସ୍କୋରକୁ ସର୍ଭେ କରାଯିବାପରେ ଜଣା ପଡିଥିଲା ଯେ ସେମାନେ ନିଟ୍ ପ୍ରବେଶିକାରେ ମୋଟ ୭୨୦ ନମ୍ବରରୁ ୧୫୦ରୁ କମ୍ ନମ୍ବର ରଖିଥିଲେ। ୫୩୦ଜଣ ପରୀକ୍ଷାର୍ଥୀଙ୍କ  ନମ୍ହର ଏକକ ସଂଖ୍ୟା ରହିଥିଲା। ଫିଜିକ୍ସ ଓ କେମିଷ୍ଟ୍ରିରେ ସ୍କୋର ଶୂନ କିମ୍ବା ତାଠାରୁ କମ୍ ରହିଥିଲା.।

Leave A Reply

Your email address will not be published.