ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶିନଗର ବ୍ଲକ ବିସିରିଂ ଗାଁ ନିକଟରେ ଯୁବକଙ୍କୁ ହତ୍ୟା । ବାଇକ୍ ରେ ଯାଉଥିବା ଜଣେ ଯୁବକଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇବା ପରେ ତାର ଗଳାକାଟି ହତ୍ୟା କରାଯାଇଛି । ମୃତକଙ୍କ ନାଁ ସଞ୍ଜିବ ରାଓ । ସଞ୍ଜୀବଙ୍କ ପତ୍ନୀଙ୍କର 4ବର୍ଷ ତଳେ ମୃତ୍ୟୁ ହୋଇଥଇବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ତାଙ୍କ ଶ୍ବଶୁର ଘର ଲୋକେ ମାମଲା ରୁଜୁ କରିଥିଲେ । ଏହି ମାମଲାର ତାରିଖ ଥିବାରୁ ସେ ଜଣେ ଯୁବକଙ୍କ ସହ କୋର୍ଟକୁ ଆସୁଥିଲେ । ତେବେ ବିସିରିଂ ଗାଁ ନକଟରେ ଥିବା କଲଭର୍ଟ ନିକଟରେ କିଛି ବ୍ୟକ୍ତି ତାଙ୍କୁ ଅଟକାଇଥିଲେ । ତେବେ ସେମାନେ କୌଣସି ଅସୁବିଧାରେ ଥିବେ ଭାବି ସଞ୍ଜୀବ ଅଟକିବା ମାତ୍ରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟିଦେଇଥିଲେ । ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ସାଙ୍ଗରେ ଥିବା ଯୁବକ ଓ ସ୍ଥାନୀୟ କିଛି ଲୋକ ପୁଲିସକୁ ଖବର ଦେଇଥିଲେ । କାଶୀନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଞ୍ଜୀବ ଜଣେ ସମାଜସେବୀ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା । ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ସଂଜବୀଙ୍କ ଦୁଇ ଛୁଆ ଏବେ ଅନାଥ ହୋଇଯାଇଛନ୍ତି । ସଂଜୀବଙ୍କ ସହ ଥିବା ଯୁବକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।
