ଜାଣନ୍ତୁ ସାଧାରଣତନ୍ତ୍ର ଦିବସରେ କିଏ କେଉଁ ଜିଲ୍ଲାରେ କରିବେ ପତକାତ୍ତୋଳନ


ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ରାଜ୍ୟ ସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପିରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ ଉତ୍ସବରେଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଏହା ସହ ଭିଭିନ୍ନ ଜିଲ୍ଲାରେ ମନ୍ତ୍ରୀ , ଆରଡିସି ଓ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳରେ ପତକାତ୍ତୋଳନ କରିବେ। ସେହିଭଳି ମୟୁରଭଞ୍ଜରେ ଯୋଜନା ଓ ସମନ୍ୱୟ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ, ଗଜପତୀ ଜିଲ୍ଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ବାଲେଶ୍ୱରରେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର ନୂଆପଡାରେ ଗୃହ ନିର୍ମାଣ, ନଗରଉନ୍ନୟନ ଓ ଜଳ ସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜାଜପୁରରେ ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପତକାତ୍ତୋଳନ କରିବେ।

ରାଜସ୍ୱ ଓ ବିପର‌୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଢେଙ୍କାନାଳଠାରେ ପତକାତ୍ତୋଳନ କରିବେ। ସେହିଭଳି ଅର୍ଥ, ଅବକାରୀ, କୃଷି, ମତ୍ସ୍ୟ, ପଶୁସମ୍ପଦ ମନ୍ତ୍ରୀ ଶଶିଭୂଷଣ ବେହେରା ପୁରୀଠାରେ ପତକାତ୍ତୋଳନ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍‌, ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରତାପ ଜେନା କଳାହାଣ୍ଡିଠାରେ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଅନୁଗୁଳଠାରେ, ଇସ୍ପାତ, ଖଣି ଓ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ୱଲପୁରଠାରେ ପତକାତ୍ତୋଳନ କରିବେ।
ରାୟଗଡାଠାରେ ପର‌୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁନ୍ଦରଗଡଠାରେ ହସ୍ତତନ୍ତ, ବୟନ ଏବଂ ହସ୍ତକଳା ରାଷ୍ଟ୍ରମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନବରଂଗପୁରଠାରେ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ, ମାଲକାନଗିରୀଠାରେ ଶ୍ରମଏବଂ ଇଏସଆଇ ରାଷ୍ଟ୍ର ମନ୍ତ୍ରୀ ସୁଶାନ୍ତ ସିଂହ, ଗଞ୍ଜାମରେ ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନନ୍ତ ଦାସ, କୋରାପୁଟଠାରେ କ୍ରୀଡା ଓ ଯୁବସେବା, ଆଇଟି ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତକାତ୍ତୋଳନ କରିବେ।

ହ୍ମପୁରଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର, ରାଉରକେଲାଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର ପତକାତ୍ତୋଳନ କରିବେ। ଭଦ୍ରକ, ବଲାଙ୍ଗିର, ବରଗଡ, ବୌଦ୍ଧ, ଦେବଗଡ, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଏବଂ ସୋନପୁରଠାରେ ସେଠାର ଜିଲ୍ଲାପାଳମାନେ ପତକାତ୍ତୋଳନ କରିବେ।

Leave A Reply

Your email address will not be published.