ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳର ଉପ ନେତା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି କ୍ଷମତାଚ୍ୟୁତ ହେବା ପରେ ଆଜି ବିରୋଧୀ ଦଳ ନେତା ବାଛିବାକୁ ବୈଠକ କରିଥିଲା।

ବୈଠକରେ ନବନିର୍ବାଚିତ ୫୧ ଜଣ ବିଜେଡି ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ଶଙ୍ଖଭବନରେ ଆୟୋଜିତ ବୈଠକରେ ଦଳୀୟ ବିଧାୟକମାନେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି।

ସର୍ବସମ୍ମତିକ୍ରମେ ବିଜେଡି ବିଧାୟକ ଦଳର ନେତା ହୋଇଛନ୍ତି ନବୀନ। ବିଜେଡି ବିଧାୟକ ଦଳର ନେତା ହେବା ପରେ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେମାନଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। 

ଏବେ ନବୀନ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ରହିବେ। ସେହିପରି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳର ଉପ ନେତା ହୋଇଛନ୍ତି।

ବିଜେଡି ସରକାରରେ ବିଧାନସଭାର ବାଚସ୍ପତି ଥିବା ବିଞ୍ଝାରପୁରର ବିଧାୟିକା ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ଆଳି ବିଧାୟକ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି।

Leave A Reply

Your email address will not be published.