ସୁସ୍ଥ ହେଉଛନ୍ତି ଜଗା ବଳିଆ : ଅପରେସନ ମୁଣ୍ଡରୁ ଖୋଲା ହେଲା ଷ୍ଟିଚ

ଭୁବନେଶ୍ବର  :ଯୋଡା ମୁଣ୍ଡ ଥିବା ଶିଶୁ ଅପରସେସନ ପରେ  ଦିଲ୍ଲୀ ଏମ୍ସେରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟ ଅବଲ୍ଥାରେ ସୁଧାର ଆସିଛି ।  ସେମାନଙ୍କ ଅପରେସନ ମୁଣ୍ଡରୁ ଷ୍ଟିଚ ଖୋଲିଛନ୍ତି ଡାକ୍ତର । ଏନେଇ  ଦିଲ୍ଲୀ ଏମ୍ସ ଜାରି କରିଛି  ଫଟୋ  । ଫଟୋରେ ଜଗା ବଳିଆ ଖୁସି ଥିବା ଦେଖାଯାଉଛି । ବଳିଆ ମୁଣ୍ଡରେ କୃତ୍ରିମ ଶିରା ରୋପଣ କରାଯାଇଥିଲା ।

ଜଗା ଭଳି ବଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସୁଥିବା ଦେଖାଦେଉଛି । ତେଣୁ ଉଭୟ ଖୁବ ଶ୍ରୀଘ୍ର ସଂପୂର୍ଣ୍ଣ ସୁସ୍ଥ ହେବେ ବୋଲି ଡାକ୍ତର ଆଶାବାଦୀ ଅଛନ୍ତି । ଉଭୟ ମଧ୍ୟ ଖେଳାଖେଳି କରୁଥିବା ଡାକ୍ତର କହିଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡାର ଯୋଡାମୁଣ୍ଡ ଶିଶୁଙ୍କୁ ଦିଲ୍ଲୀ ଏମ୍ସରେ ଜଟିଳ ଅସ୍ତ୍ରୋପଚାର କରି ଅଲଗା କରାଯାଇଛି । ଚିକିତ୍ସା ଲାଗି ରାଜଯ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍ସେ ଯାଇ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ ।

Leave A Reply

Your email address will not be published.