ବିବାହ ବେଦୀରୁ ଆସି ଭୋଟ ଦେଲେ ନବଦମ୍ପତି

ଶ୍ରୀନଗର: ଏବେ ବି ଅନେକ ଲୋକ ସଚେତନତା ଅଭାବରୁ ଭୋଟ ଦେବାରୁ ବିରତ ରହୁଛନ୍ତି। ଗଣତନ୍ତ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ପଛାଉଛନ୍ତି। କିନ୍ତୁ ଗୁରୁବାର ୨ୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ଜାମ୍ମୁ-କାଶ୍ମୀରର ଉଦ୍ଧମପୁର ବୁଥରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ନବ ଦମ୍ପତି ବିବାହ ବେଦୀରୁ ଆସି ଭୋଟ ଦେଇଥିଲେ। ଏହି ଘଟଣା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ବର ଏବଂ ବଧୂ ବେଶରେ ସଜ୍ଜିତ ହୋଇ ଭୋଟ ଦେବାକୁ ଆସିଥିବା ଏହି ନବ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ସରିବା ପରେ ସେମାନେ ଘରକୁ ନ ଯାଇ ସିଧାସଳଖ ଉଦ୍ଧମପୁର ପୋଲିଂ ବୁଥକୁ ଆସିଥିଲେ। ସେଠାରେ ମତଦାନ କରିବା ପରେ ନିଜ ଘରକୁ ଯାଇଥିଲେ। ସେମାନଙ୍କ ଭୋଟ ଦେବାର ଇଚ୍ଛାଶକ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଗତ ସପ୍ତାହରେ ଉତ୍ତରପ୍ରଦେଶର ବିଜନୋରରେ ଜଣେ ନବ ବିବାହିତ ଯୁବକ ବର ବେଶରେ ପୋଲିଂ ବୁଥ୍‌ରେ ପହଞ୍ଚି ମତଦାନ କରିଥିଲେ। ଏପରି କି ଯୁବକ ଜଣକ ସେଠାରେ ସୁରକ୍ଷା କର୍ମୀଙ୍କ ସହ ଫଟୋ ଉଠାଇଥିଲେ, ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା।

Leave A Reply

Your email address will not be published.