କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ଶାଶୁଘରେ ଲଟକା ଲାଗିଲା । ନିକିତାଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ସତ୍ତ୍ୱେ ନିକିତାଙ୍କ ଶାଶୂ ଓ ଶ୍ୱଶୁର ଥାନାରେ ହାଜର ହୋଇ ନଥିବାରୁ କମିଶନରେଟ ପୁଲିସ ଏଭଳି ପଦକ୍ଷେପ ନେଇଛି। ଅନ୍ୟପଟରେ ନିକିତାଙ୍କ ଶାଶୂ ଓ ଶ୍ୱଶୁର ଆଗୁଆ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି।
ଟେଲିଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ଲିପନଙ୍କ ବାପା ମାଙ୍କୁ ନୋଟିସ ଯାରି କରିଥିଲେ ସୁଦ୍ଧା ସେ ଥାନାରେ ଏଯାଏଁ ହାଜର ହୋଇନାହାନ୍ତି । ତେବେ ଫେରାର ଥିବା କାରଣରୁ ଲିପନଙ୍କ ବାପା ମା ହାଜର ହୋଇନଥିବା ଡିସିପି ଅଖିଳେଶ୍ବର ସିଂ କହିଛନ୍ତି ।
ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ପିତା ସନାତନ ବେହେରା ଥାନାରେ ଅଭିଯୋଗ କରିବା ପରେ ସ୍ୱାମୀ ଲିପନ ସାହୁକୁ ଚାଉଳିଆଗଂଜ ପୁଲିସ ଗତ ସୋମବାର ଗିରଫ କରିଥିଲା। ଲିପନ ସାହୁଙ୍କୁ ଜାମିନ କୋର୍ଟରେ ଖାରଜ ହେବା ପରେ ଲିପନ ଜେଲ ଯାଇଛି। ଲିପନର ପିତା ଓ ମାତାକୁ ଥାନାରେ ହାଜର ହେବା ପାଇଁ ପୁଲିସ ନୋଟିସ କରିଥିଲା।
