ନିର୍ଭୟା ମାମଲା: ପୁଣିଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଦୋଷୀ ପୱନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଖୁଂଟରେ ଝୁଲାଯିବ । ଏନେଇ କୋର୍ଟଙ୍କ ପକ୍ଷରୁ ଡେଥ ୱାରେଂଟ ମଧ୍ୟ ଜାରି ହୋଇସାରିଛି । ହେଲେ ଶେଷ ମୂହୁର୍ତରେ ମଧ୍ୟ ଫାଶୀରୁ ବଂଚିବା ପାଇଁ ଗୋଟିଏ ପରେ ଗୋଟିଏ ବିକଳ୍ପ ଆପଣାଉଛନ୍ତି ଦୋଷୀ । ଫାଶୀଦଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ପୁନର୍ବିଚାର ଯାଚିକା ଦାଖଲ କରିଛି ପୱନ ଗୁପ୍ତା ।

ଏହି ଘଟଣା ବେଳେ ପୱନ ନାବାଳକ ଥିବା ନେଇ ସୁପ୍ରିମକୋର୍ଟରେ ଖାରଜ ହୋଇଥିବା ଆବେଦନ ଉପରେ ପୁନର୍ବିଚାର କରିବାକୁ ଏହି ଯାଚିକାରେ ଅନୁରୋଧ କରିଛି ସେ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଫାଶୀ ହେବ ନା ନାହିଁ ତାହା ଉପରେ ରହିଛି ନଜର ।

୨୦୧୨ ଡିସେମ୍ବରରେ ନିର୍ଭୟା କାଣ୍ଡ ବେଳେ ସେ ନାବାଳକ ଥିଲା । ଏ ମାମଲାର ବିଚାର ବେଳେ ତାକୁ ଜଣେ ନାବାଳକ ଭାବେ ବିଚାର କରିବାକୁ ସେ କୋର୍ଟରେ ଆବେଦନ କରିଥିଲା । ହେଲେ ଏହାକୁ ଟ୍ରାଏଲ କୋର୍ଟ ସହ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଖାରଜ କରିଥିଲେ । ଏହି ଆବେଦନ ଖାରଜ ହେବା ପରେ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ସୁପ୍ରିମକୋର୍ଟରେ ମଧ୍ୟ ତା’ର ଏହି ଆବେଦନ ଖାରଜ କରିଥିଲେ ।

Leave A Reply

Your email address will not be published.