କାନ୍ଥରେ ମୁଣ୍ଡ ପିଟି ନିର୍ଭୟା ଦୋଷୀ ବିନୟ ଶର୍ମା ଆହତ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଜେଲ୍ ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଛନ୍ତି।

ତିହାର ଜେଲ୍ ସୂତ୍ରରୁ ପ୍ରକାଶ ଯେ ନିର୍ଭୟା ଦୋଷୀ ବିନୟ ଶର୍ମା ଫେବ୍ରୁଆରି ୧୬ ତାରିଖ ଦିନ ଜେଲ୍ ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଛନ୍ତି। ଜେଲ୍ କର୍ମଚାରୀମାନେ ତାଙ୍କୁ ଏଥିରୁ ନିବୃତ କରାଇଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା ବୋଲି କୁହାଯାଉଛି।

ପୂର୍ବରୁ ବିନୟଙ୍କ ଓକିଲ କହିଥିଲେ ଯେ ତିହାର ଜେଲ୍‌ରେ ଅନଶନ କରିଛନ୍ତି। ଜେଲ୍‌ରେ ବିନୟକଙ୍କୁ ଆକ୍ରମଣ କରାଯାଇଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କଥା ମଧ୍ୟ ତାଙ୍କ ଓକିଲ ଦାବି କରିଥିଲେ। ସେ ଆହୁରି କହିଥିଲେ ଯେ ବିନୟଙ୍କର ମାନସିକ ସ୍ଥିତି ଭଲ ନ ଥିବାରୁ ତାଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ।

Leave A Reply

Your email address will not be published.