ମହାରାଷ୍ଟ୍ରରେ ଏନଆରସିକୁ ନାଁ

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଷ୍ପତି

ମୁମ୍ବାଇ: ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି) ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି ।

ଶିବସେନାର ମୁଖପତ୍ର ‘ସାମ୍ନା’ ରେ ଏକ ସାକ୍ଷାତକାର ଦେଇ ସେ ଜଣାଇଛନ୍ତି ଯେ ରାଜ୍ୟରେ ଏନଆରସି ଲାଗୁ ହେବ ନାହିଁ। ଏହି ସାକ୍ଷାତକାରରେ ସେ ସିଏଏ ସପକ୍ଷରେ ଯୁକ୍ତି ବାଢିଛନ୍ତି । ଏନେଇ ସେ କହିଛନ୍ତି, ସିଏଏ କୌଣସି ଭାରତୀୟଙ୍କର ନାଗରିକତ୍ବ ଛଡାଇବ ନାହିଁ । ଏହା ନାଗରିକତା ଦେବା କାନୁନ।

ଏନଆରସି ଲାଗୁ ହେଲେ ହିନ୍ଦୁ ଓ ମୁସଲମାନଙ୍କୁ ନାଗରିକତା ସାବ୍ୟସ୍ତ କରିବାରେ ସମସ୍ୟା ସୃଷ୍ଟି ହେବ । ଏପରି ହେଲେ ଏହାକୁ କଦାପି ଲାଗୁ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସିଏମ ଉଦ୍ଧବ ଠାକରେ ।

Leave A Reply

Your email address will not be published.