ବସ୍ତି ବାସିନ୍ଦାଙ୍କୁ ଜମି ମାଲିକାନା :୨୦୦୦ ବାସ୍ତିବାସିନ୍ଦା ପରିବାରକୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ସହରରେ ଜମି ମାଲିକାନା ପାଇଲେ ବସ୍ତିବାସନ୍ଦା ।  ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାରେ ଓଡ଼ିଶା ସାରାଦେଶରେ ପ୍ରଥମ । ଗଞ୍ଜାମର ଛତ୍ରପୁରରୁ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ବର୍ଷେ ମଧ୍ୟରେ ୨୫ ଶହ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରମାଣପତ୍ର ଦିଆଯିବ । ଏହା ଦ୍ବାରା ୧୦ ଲକ୍ଷ ଲୋକ ଉପକୃତ ହେବେ ।

ସତ ହେଲା ବସ୍ତି ବାସିନ୍ଦଙ୍କ ସ୍ବପ୍ନ  । ସହରରେ ଜମି ମାଲିକାନା ପାଇଲେ ବସ୍ତି ବାସିନ୍ଦା । ବସ୍ତି ବାସିନ୍ଦାଙ୍କୁ ଜମି ମାଲିକାନା ଦେଇ ଐତିହାସିକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ୮ଟି ଏବଂ ପୁରୀ ଜିଲ୍ଲା କୋଣାର୍କ ଏନଏସି ଅନ୍ତର୍ଗତ ବସ୍ତିବାସିନ୍ଦାଙ୍କୁ ଜମି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏଥି ସହ ଉପଯୋଗୀ ବସ୍ତି ମିଶନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ବର୍ଷେ ମଧ୍ୟରେ ୨୫ ଶହ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରମାଣ ପତ୍ର ଦିଆଯିବ । ଏହା ଦ୍ବାର ୧୦ ଲକ୍ଷ ଲୋକ ଉପକୃତ ହେବେ । ଏଭଳି ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି ।

ବସ୍ତିବାସିନ୍ଦା ମାନଙ୍କୁ ସମ୍ମାନର ସହ ବଂଚିବାର ଅଧିକାରକୁ ପ୍ରାଥମିକତା ଦେଇ ଟାଟା ଟ୍ରଷ୍ଟଙ୍କ ବୈଷୟିକ ସହଯୋଗରେ ସମ୍ପୃକ୍ତ ବସ୍ତି ଗୁଡିକୁ ବସତି ଯୋଗ୍ୟ ବାସସ୍ଥାନରେ ପରିଣତ କରିବା ପାଇଁ ଆରମ୍ଭ ହୋଇଥିବା ମିଶନ ମାଧ୍ୟମରେ ଆସନ୍ତା ୧ ବର୍ଷ ମଧ୍ୟରେ ଜମିର ଅଧିକାର ଦିଆଯିବ । ଏହି ମିଶନ ସମ୍ଭତଃ ସମଗ୍ର ବିଶ୍ୱରେ ସର୍ବବୃହତ ପ୍ରକଳ୍ପ ଭାବେ ପରିଗଣିତ ହେବ ବୋଲି ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଛତ୍ରପୁର ଠାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ବସ୍ତିବାସିନ୍ଦାକୁ ଜମି ଅଧିକାର ପ୍ରଦାନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବା ପାଇଁ ଜମି ପଟ୍ଟା ଦେବା ଲାଗି ସେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ ଅଣାଯାଇଥିବା ଐତିହାସିକ ଆଇନ ଅନୁମୋଦନ ଲାଭ କରିବାର ୭ ମାସ ଭିତରେ ୨ ହଜାର ପରିବାରଙ୍କୁ ଆଜି ଜମି ପଟ୍ଟା ପ୍ରଦାନ କରାଯାଇଛି । ସମସ୍ତ ସହରରେ ଏହି ମିଶନକୁ କାର୍ଯ୍ୟକାରୀ କରାଯିବ । “ମୁଁ ଚାହେଁ ସହରକୁ ନିରନ୍ତର ସେବା ଦେଉଥିବା ବସ୍ତିବାସିନ୍ଦାମାନଙ୍କ ଦୁଃଖ ଦୂର ହେଉ , ସେମାନେ ଉନ୍ନତ ମାନର ଜୀବ ଯାପନ କରନ୍ତୁ ଏବଂ ସୁଖରେ ରୁହନ୍ତୁ । ସେ ସ୍ୱପ୍ନ ମୋର ସାକାର ହୋଇଛି ।” ଦେଶର ବିକାଶ ଇତିହାସରେ ଆଜିର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବସ୍ତି ବାସିନ୍ଦାମାନଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି ଓ ଅନ୍ୟମାନଙ୍କୁ ରାସ୍ତା ଦେଖାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ଟାଟା ଟ୍ରଷ୍ଟର ବୈଷୟିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଟାଟାର ଚେୟାର ମ୍ୟାନ ରତନ ଟାଟା ଓ ବ୍ରିଟେନ୍ ର ଆର୍କିଟେକ୍ଚର ଲର୍ଡ ନର୍ମାନ ଫଷ୍ଟରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେବାକୁ ୨୦୧୪ରେ କହିଥିଲେ ସରକାର । ଆଉ ୧୯ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଛତ୍ରପୁର, ଦିଗପହଣ୍ଡି, ଗୋପାଳପୁର,ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା, ଚିକିଟି ଆଦି ୭ଟି ପୌରାଞ୍ଚଳ ଏବଂ ପୁରୀ ଜିଲ୍ଲାର କୋଣାର୍କ ସହରାଞ୍ଚଳର ଦୁଇ ହଜାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ବସ୍ତିରେ ରହୁଥିବା ଲୋକ ଘର ଓ ଜମି ମାଲିକାନା ପାଇଁ ସ୍ବପ୍ନ ଦେଖୁଥିବା ବେଳେ ଏବେ ତାହା ସାକାର ହୋଇଛି । ଗଞ୍ଜାମରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆଗକୁ ସବୁ ସହରରେ କାର୍ଯ୍ୟକାରୀ ହେବ । ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଦେବା ସହ ବସ୍ତିରେ ସବୁ ପ୍ରକାର ଭିତ୍ତିଭୂମିର ବିକାଶ କରିବେ ସରକାର ।

 

 

 

Leave A Reply

Your email address will not be published.