୭୦ ଲକ୍ଷ ପରିବାରକୁ ଚିଠି ଲେଖିବେ ନବୀନ , ଚିଠି ବାଣ୍ଟିବାକୁ ଗାଇଡଲାଇନ

ଭୁବନେଶ୍ୱର : ଚିଠି ଲେଖିବେ ନବୀନ । ରାଜ୍ୟର ୭୦ ଲକ୍ଷ ପରିବାରକୁ ଚିଠି ଦେବେ ନିଜେ ମୁଖ୍ୟମନ୍ତ୍ରୀ । ଚିଠି ଦେଇ ସରକାରୀ ଯୋଜନାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଯୋଜନା ପାଇଁ ନୂଆ ଢାଞ୍ଚାରେ ହେବ ପ୍ରଚାର । ପ୍ରଥମ ଥର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ‘ବିଏସ୍କେୱାଇ’ ମାଧ୍ୟମରେ ଘରେ ଘରେ ପହଞ୍ଚିବ ମୁଖ୍ୟମନ୍ତ୍ରୀଙ୍କ ବାର୍ତା । ଟାର୍ଗେଟ୍ରେ ରହିଛି ପ୍ରାୟ ୭୦ ଲକ୍ଷ ପରିବାର । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ ପଞ୍ଜିକୃତ ୪୪ ଲକ୍ଷ ୮ହଜାର ୭୦ପରିବାର ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜିକୃତ ୨୫ ଲକ୍ଷ ୬୧ ହଜାର ୬୦୨ ପରିବାର ନିକଟରେ ପହଞ୍ଚିବ ମୁଖ୍ୟମନ୍ତ୍ରୀଙ୍କ ଚିଠି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ବାଣ୍ଟିବେ ପାଇଁ ପ୍ରସ୍ତୁତ ହୋଇଛି ଗାଇଡଲାଇନ୍ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଏଥିପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି

ବିଏସ୍କେୱାଇ ହିତାଧିକାରୀମାନଙ୍କୁ ପତ୍ର ବଣ୍ଟନ ଲାଗି ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ । ଜିଲ୍ଲାପାଳ କମିଟିର ଅଧ୍ୟକ୍ଷ ରହିବେ ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କମିଶନର ଏହାର ସଦସ୍ୟ ରହିବେ । ବ୍ଲକ୍ ସ୍ତରୀୟ କମିଟିରେ ବିଡିଓ ଏହାର ଅଧ୍ୟକ୍ଷ ରହିବେ । ତହସିଲଦାର, ଜିଲ୍ଲା କୃଷି ଅଧିକାରୀ, ଏବିଡିଓ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଓ ସିଡିପିଓ ଏହାର ସଦସ୍ୟ ରହିବେ । ଏହି କମିଟି ବିଏସ୍କେୱାଇ ପତ୍ର ବଣ୍ଟନ ଆରମ୍ଭ ହୋଇ ୭ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ବ୍ଲକ୍ ଓ ଜିଲ୍ଲା କମିଟି ଗଠନ ହୋଇଛି । ବ୍ଲକ୍ ସ୍ତରରେ ବିଡିଓ ଏହି ଚିଠି ବଣ୍ଟିବାକୁ ଗ୍ରାମ ରୋଜଗାର ସାଥୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଆର୍ଆଇ, ଗ୍ରାମ କୃଷି କର୍ମୀ ଓ ଗ୍ରାମ ସେବକ ଇତ୍ୟାଦିଙ୍କ ସହାୟତା ନେବେ । ଏହି ଚିଠି ବଣ୍ଟନ ୍ରକ୍ରିୟାକୁ ଆଇସିଡିଏସ୍ ସୁପରଭାଇଜର, ଜିପିଓ, ରାଜସ୍ୱ ସୁପରଭାଇଜର ଆଦି ତଦାରଖ କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଫର୍ମାଟ୍ ଅନୁଯାୟୀ ଚୂଡ଼ାନ୍ତ ରିପୋର୍ଟ ଜିଲ୍ଲାପାଳମାନେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଚିଠି ରାଜନୀତିକୁ ନେଇ ବିରୋଧୀଙ୍କ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଯେଉଁଥିରେ ସ୍କିମ୍ ବିଷୟରେ ଉଲ୍ଲେଖ ହୋଇଥିବା ଯୋଜନା ଅନ୍ତର୍ଗତ ପ୍ରତି ଯୋଗ୍ୟ ପରିବାରକୁ ୫ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ସହାୟତା ମିଳିବ । ମହିଳାଙ୍କ କ୍ଷେତ୍ରରେ ଏହା ୭ ଲକ୍ଷ କରାଯାଇଛି । ପୂର୍ବରୁ ରାଜ୍ୟ ସରକାର ନିଜ ସ୍କିମ୍ର ପ୍ରଚାର ନିମନ୍ତେ ପଞ୍ଚାୟତରୁ ପୌରାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ହୋର୍ଡିଂ ଲଗାଇବାକୁ ସ୍ଥାନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ

ନୂଆ ଯୋଜନା ପାଇଁ ନୂଆ ଢାଞ୍ଚାରେ ହେବ ପ୍ରଚାର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିଠି ଲେଖିବେ ନବୀନ

ରାଜ୍ୟର ୭୦ ଲକ୍ଷ ପରିବାରକୁ ଚିଠି ଦେବେ ନିଜେ ମୁଖ୍ୟମନ୍ତ୍ରୀ

ଚିଠି ବାଣ୍ଟିବେ ପାଇଁ ପ୍ରସ୍ତୁତ ହୋଇଛି ଗାଇଡଲାଇନ୍

ଚିଠି ବଣ୍ଟିବାକୁ ଗ୍ରାମ ରୋଜଗାର ସାଥୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଗ୍ରାମ କୃଷି କର୍ମୀ ଓ ଗ୍ରାମ ସେବକଙ୍କ ସହାୟତା

 

Leave A Reply

Your email address will not be published.