ଏବେ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟସେବାରେ ମାଗଣା ଚିକିତ୍ସା ସୁବିଧା

ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର : ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି । ଏଣିକି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଯୋଜନାରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଉଭୟ ବିପିଏଲ୍ ଓ ଏପିଏଲ୍ ଶ୍ରେଣୀର ଲୋକ ବି ଏଥିରେ ଉପକୃତ ହେବ । ଏନେଇ ରାଜ୍ୟ ବଜେଟରେ ଅତିରିକ୍ତ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ଏହି ନିଷ୍ପତ୍ତିକୁ ଆଗାମୀ ଫେବୃଆରୀ ପହିଲାଠାରୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବ୍ଲଡ ବ୍ୟାଙ୍କ ଗୁଡ଼ିକରୁ ମଧ୍ୟ ମାଗଣାରେ ରକ୍ତ ପାଇପାରିବେ । ପୂର୍ବରୁ ଏହି ମାଗଣା ଚିକିତ୍ସା ସେବା ଗ୍ରାମାଞ୍ଚଳର ସବ ସେଣ୍ଟ ବେଡ ସୁବିଧା ମାଗଣାରେ ଉପଲବ୍ଧ କରାଯିବ । ତାଲିକାଭୁକ୍ତ ବେସରକାରୀ ମେଡିକାଲରୁ ଆରମ୍ଭ କରି ସରକାରୀ ମେଡିକାଲ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେଉଛି । ୭୦ ଲକ୍ଷ ପରିବାର ଏହି ଯୋଜନାରେ ଉପକୃତ ହେଉଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ଏହି ନିଷ୍ପତ୍ତି ଫଳରେ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ହାସଲ କରିପାରିଛି ଏବଂ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.