ଭୁବନେଶ୍ବର : କାହାର ହେବ ଆଦିବାସୀ ଭୋଟବ୍ୟାଙ୍କ । ସେଥିଲାଗି ଆଦିବାସୀଙ୍କୁ ନିଜର କରିବାକୁ ରାଜ୍ୟର ପ୍ରମ୍ମୁଖ ରାଜନୈତିକ ଦଳଙ୍କ ପ୍ରୟାସ । ବିଶ୍ବ ଆଦିବାସୀ ଦିବସରେ ବିଜେଡି,ବିଜେପି ଓ କଂଗ୍ରସ ଆଦିବାସୀଙ୍କ ଲାଗି ଆୟୋଜନ କରିଥିଲେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଆଦିବାସୀ ସମ୍ମଳନୀ କରି ରାଜ୍ୟ ସରକାର ଆଦିବାସୀଙ୍କ ଲାଗି କରିଥିବା ଯୋଜନାର ତାଲିକା ରଖଇଛି । ସେପଟେ ଆଦିବାସୀ ଯୋଜନାରେ ସରକାଙ୍କ ବିଫଳତାକୁ ସାମ୍ମନାକୁ ଆଣିବାକୁ ରାସ୍ତାକୁ ଓହ୍ଲାଇଥିଲେ ଭିରୋଧୀ । ଭଉୟ ସରକାରୀ ଓ ବିରୋଧୀଙ୍କ ଆଦିବାସୀ ମେଳିରେ କମ୍ପିଥିଲା ରାଜଧାନୀ । ଆଉ ତାହା ସହ ବି ଜୋର ଧରିଛି ରାଜନୀତି ।
ରାଜନୀତିରେ ଆଦିବାସୀ କାର୍ଡ । ଆଦିବାସୀଙ୍କୁ ନିଜର କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ନିର୍ବାଚନ ପୂର୍ବରୁ ଆଦିବାସୀ ଭୋଟ ବ୍ୟାଙ୍କକୁ ହାତେଇବା ଲାଗି ଚାଲିଛି କସରତ । ଆଦିବାସୀଙ୍କ ହାତରେ ହାତ ମିଳାଇବାକୁ ରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ,ବିଜେପି ଓ କଂଗ୍ରେସ । ବିଶ୍ବ ଆଦିବାସୀ ଦିବସରେ ନିଜ ନିଜର ରଣନୀତି କରିଛନ୍ତି ଉଭୟ ଶାସକ ଓ ବିରୋଧୀ । ବିଜେଡି ରାଜଧାନୀର ଆଦିବାସୀ ପଡିଆରେ ଆୟୋଜନ କରିଥିଲା ଆଦିବାସୀ ସମ୍ମଳନୀ । ବିଜେଡି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ଆଗରେ ରାଜ୍ୟ ସରକାର କରିଥିବା ଭିଭିନ୍ନ ଯୋଜନାର ହିସାବ ରଖିଥିଲେ । ଜନଜାତୀ ସଂପ୍ରଦାୟରଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଜେଡି ସର୍ବଦା ପ୍ରୟାସ କରି ଆସିଛି । ସେହିପରି ପିଲାମାନଙ୍କ ବିକାଶ ଲାଗି ଶିକ୍ଷାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ସବୁବେଳେ ବିକାଶମୂଳକ କାମରେ ବିଶ୍ବାସ କରୁ କଥାରେ ନୁହେଁ ବୋଲି ଆଦିବାସୀଙ୍କୁ ଭରସା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟ ମୋଟ ଜନସଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ । ରାଜ୍ୟ ରାଜନୀତିରେ ଏହା ହେଉଛି ଏକ ବଡ ଭୋଟବ୍ୟାଙ୍କ । ସେଥିଲାଗି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀଙ୍କୁ ଯେମିତି କୈଣସି ରାଜନୈତିକ ଦଳ ମାନେ ହାତଛଡା କରିବାକୁ ଚାହୁଁ ନାହାନ୍ତି । ସରକାର ଆଦିବାସୀଙ୍କ ଲାଗି କରିଥିବା ସଫଳତାର ହିସାବ ଦେଉଥିବାବେଳେ ସରକାରଙ୍କ ବିଫଳତାକୁ ନେଇ ଆଦିବାସୀଙ୍କ ହାତ ଧରି ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଏ ହେଉଛି ରାଜ୍ୟ ବିଜେପିର ଆଦିବାସି ରାଲି । ଆଦିବାସୀଙ୍କ ଲାଗି ସରକାର ଯୋଜନା କରିବାରେ ବିଫଳ ହୋଇଛନ୍ତି ବୋଲି କହିଛି ବିଜେପି । ଆଦିବାସୀଙ୍କ ଲାଗି ପେସା ଆଇନ ଲାଗୁ ହେଉନି । କେବଳ ଭୋଟ ହାତେଇବାକୁ ସରକାର ଆଦିବାସୀଙ୍କ କଥା କହୁଥିବା କହୁଛି ବିଜେପି । ସେପଟେ କଂଗ୍ରେସ ବି ସମାନ ଅଭିଯୋଗରେ ଆଦିବାସୀଙ୍କପାଇଁ ରାସ୍ତାକୁ ଓହ୍ଲାଇଛି । ବିଶ୍ବ ଆଦିବାସୀ ଦିବସରେ ପଦଯାତ୍ରା ଓ ସଭା କରି ସରକାରଙ୍କୁ ଆଦିବାସୀ ବିରୋଧୀ ବୋଲି କହିଛି କଂଗ୍ରେସ । ସେପଟେ ଜବାବ ରଖିଛି ବିଜେଡି । ଆଦିବାସୀ ମାନଙ୍କ ଭୋଟ ପାଇବାକୁ ଯେମିତି ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଦିବାସୀଙ୍କ ନାଚ ଗୀତରେ ରାଜଧାନୀ ଯେତିକି କମ୍ପିଛି ତାଠଉ ଅଧିକ ହୋଇଛି ରାଜନୀତି ।
ରାଜ୍ୟ ମୋଟ ଜନସଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ
ଆଦିବାସୀଙ୍କୁ ନିଜର କରିବାକୁ ରାଜ୍ୟର ପ୍ରମ୍ମୁଖ ରାଜନୈତିକ ଦଳଙ୍କ ପ୍ରୟାସ
ବିଶ୍ବ ଆଦିବାସୀ ଦିବସରେ ବିଜେଡି,ବିଜେପି ଓ କଂଗ୍ରସ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଆଦିବାସୀଙ୍କ ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ହିସାବ ରଖିଲେ ନବୀନ
ଆଦିବାସୀଙ୍କ ଲାଗି ସରକାର ଯୋଜନା କରିବାରେ ବିଫଳ-ବିଜେପି
ଭୋଟ ହାତେଇବାକୁ ସରକାର ଆଦିବାସୀଙ୍କ କଥା କହୁଛି -ବିଜେପି
ପଦଯାତ୍ରା ଓ ସଭା କରି ସରକାରଙ୍କୁ ଆଦିବାସୀ ବିରୋଧୀ ବୋଲି କହିଛି କଂଗ୍ରେସ
