ଭୁବନେଶ୍ବର: ଆରମ୍ଭ ହେଲା ପଦୋନ୍ନତି ଅଦାଲତ । ପ୍ରଥମ ପର୍ଯ୍ୟାୟରେ ତିନି ଦିନ ଧରି ଚାଲିବାକୁ ଥିବା ଅଭିଯୋଗର ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ବିଭିନ୍ନ କାରଣରୁ ପଦୋନ୍ନତିରୁ ବଚିଂତ ହୋଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଥମ କରି ଏଭଳି ଏକ ଅଦାଲତର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।
ଅଦାଲତରେ ଅଭିଯୋଗ ରଖିବା ପାଇଁ ଆସିଥିବା ୮୯୦୯ ଅଭିଯୋଗ ଭିତରୁ ୨୨୭୩ ଅଭିଯୋଗର ପ୍ରଥମେ ଶୁଣାଣି ହେବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଅନୁସାରେ ୬ଟି ସ୍ଥାନରେ ଏକା ସାଙ୍ଗରେ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି ।
୨୮, ୨୯ ଓ ୩୧ ତିନି ଦିନ ଧରି ଏହାର ଶୁଣାଣି ହେବ । ଅଭିଯୋଗକାରୀ ମାନଙ୍କୁ ପଠାଯାଇଥିବା ଅନୁମତି ଚିଠା ଜରିଆରେ ଅଭିଯୋଗ ରଖିବା ପାଇଁ ସୁଯୋଗ ଦିଆଯିବ । ପଦୋନ୍ନତି ପାଇଁ କରିଥିବା ଆବେଦନକାରୀ ହିଁ କେବଳ ଅଦାଲତରେ ନିଜ କଥା ରଖିପାରିବେ । କୌଣସି ଓକିଲ କିମ୍ବା ମଧ୍ୟସ୍ଥିଙ୍କ ଜରିଆରେ ସେମାନେ ଅଭିଯୋଗ ରଖିପାରିବେ ନାହିଁ ।
