ଭୁବନେଶ୍ୱର: ନୟାଗଡ ଚିନି କଳ ପୁନଃକାର୍ଯ୍ୟକ୍ଷମ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନାହିଁ । ଆଖୁଚାଷୀଙ୍କ ବକେୟା ପ୍ରାପ୍ୟ ମିଳୁନି । ସରକାରଙ୍କଠାରୁ ଚିନି କଳ ପରିଚାଳନା ଦାୟିତ୍ବ ନେଇଥିବା ନୟାଗଡ଼ ସୁଗାର କମ୍ପ୍ଲେକ୍ସ କମ୍ପାନୀ ୨୦୧୫ ମସିହାରୁ ବେଆଇନ ଭାବେ ଏହି କମ୍ପାନୀକୁ ବନ୍ଦ କରିଦେଇଛି। ଏହାର ପ୍ରତିବାଦ ସ୍ବରୁପ ଆସନ୍ତା ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରୁ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଚିନିକଳରୁ ଭୁବନେଶ୍ବର ନବୀନ ନିବାସ ଯାଏ ଏକ ଐତିହାସିକ ପଦଯାତ୍ରା ଅନୁଷ୍ଠିତ ହେବ। ସ୍ଥାନୀୟ ଅଂଚଳର ହଜାର ହଜାର ଆଖୁଚାଷୀ ଏହି ପଦଯାତ୍ରାରେ ସାମିଲ ହେବେ।
ଚିନିକଳକୁ କାର୍ଯ୍ୟକ୍ଷମ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
