ଇମ୍ରାନ ଖାନଙ୍କ ପାର୍ଟିର ପୂର୍ବତନ ବିଧାୟକ ମାଗିଲେ ଭାରତର ଶରଣ

ନୂଆଦିଲ୍ଲୀ: କଶ୍ମୀରରେ ମାନବାଧିକାର ଉଲଂଘନ ଅଭିଯୋଗ ଆଣିଥିବା ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଅଧିକାର କିଭଳି ହ୍ରାସ କରାଯାଉଛି, ଏହାର ଖୁଲାସା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପୂର୍ବତନ ବିଧାୟକ । ଇମରାନ ଖାନଙ୍କ ପାର୍ଟି ‘ପିଟିଆଇ’ର ପୂର୍ବତନ ବିଧାୟକ ବଳଦେବ କୁମାର ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅନ୍ୟାୟ କାରଣରୁ ଭାରତର ଶରଣ ମାଗିଛନ୍ତି । ସେ ଏବେ ନିଜ ପରିବାର ସହ ପଂଜାବ ଆସିଛନ୍ତି ।

ବଳଦେବ କୁମାର ପଖତୁନଖ୍ୱାର ବାରିକୋଟ ଆସନରୁ ବିଧାୟକ ଥିଲେ । ୪୩ ବର୍ଷୀୟ ପୂର୍ବତନ ବିଧାୟକ ଏବେ ନିଜ ପରିବାର ସହିତ ପାକିସ୍ତାନ ଫେରିଯିବାକୁ ଚାହୁଁ ନାହାନ୍ତି । ସେ କହିଛନ୍ତି ଯେ, ପାକିସ୍ତାନରେ ହିନ୍ଦୁ-ଶିଖ ଅଶିକ୍ଷିତ ନୁହଁନ୍ତି । ସେଠାରେ ସେମାନଙ୍କ ଉପରେ ଅତ୍ୟାଚାର ହେଉଛି । ସେମାନଙ୍କୁ ହତ୍ୟା କରାଯାଉଛି । ସେ କହିଛନ୍ତି ଯେ, ଇମରାନ ଖାନ ପ୍ରଧାନମନ୍ତ୍ରୀ ହେବା ପରେ ସଂଖ୍ୟାଲଘୁଙ୍କ ଉପରେ ଜୁଲୁମ ଚାଲିଛି ।  

Leave A Reply

Your email address will not be published.