ଦାମୋଦର ଗଢ଼ିବେ ‘ଜନତା କ୍ରାନ୍ତି ଦଳ’

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ରାଜ୍ୟ ରାଜନୀତି ବେଶ ସରଗରମ ହେବା ଆରମ୍ଭ କରିଛି । ବହୁ ନେତା ଏବେ ଦଳଡ଼ିଆଁ ଆରମ୍ଭ କରିଥିବାବେଳେ ଆଉ କିଛି ନେତା ନୂଆ ଦଳ ଗଠନ ଯୋଜନାରେ ଅଛନ୍ତି । ଏହାରି ଭିତରେ ଏକ ନୂଆ ସାମ୍ମୁଖ୍ୟ ଘୋଷଣା ହୋଇସାରିଛି । ବିଜୁ ଜନତା ଦଳରୁ ବିଦା ହେବାପରେ ଡାକ୍ତର ଦାମୋଦର ରାଉତ କୋ÷ଣସି ଦଳକୁ ନଯାଇ ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବାକୁଯାଉଛନ୍ତି । ଏହି ଦଳକୁ ଜନତାକ୍ରାନ୍ତି ଦଳ ବୋଲି ନାମକରଣ ମଧ୍ୟ କରିସାରିଛନ୍ତି ଦାମବାବୁ । ଯେହେତୁ ବିଜୁ ବାବୁଙ୍କ ନାମ ଯୋଡ଼ି ବିଜୁ ଜନତା ଦଳ ଗଠନ ହୋଇ ସାରିଛି,ସେହି କାରଣରୁ ଜନତାକ୍ରାନ୍ତି ଦଳ ବୋଲି ନାମ ଦିଆଯାଇଥିବା ଜଣାପଡିଛି । ଏହା ଭିତରେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ରେଜିଷ୍ଟ୍ରେସନ କରାଇବା ଲାଗି କାଗଜପତ୍ର ଦାଖଲ କରିସାରିଥିବା ଜଣାପଡ଼ିଛି । ତେବେ ବିଜୁ ଜନତା ଦଳରୁ ବିଦା ହେବା ପରେ ଦାମୋଦର ରାଉତଙ୍କୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ଏପରିକି ସେ ନବୀନଙ୍କ ବିରୋଧରେ ଜିଲ୍ଲାକୁ ଜିଲ୍ଲା ବୁଲି ପ୍ରଚାର କରିବା ଆରମ୍ଭ କରିଥିଲେ ବି କିଛିଦିନ ପରେ ଏହା ପ୍ରଭାବହୀନ ହୋଇଛି ବୋଲି କୁହାଯାଉଛି । ତେବେ ସେ ନିଜେ କୋ÷ଣସି ଦଳରେ ସାମିଲ ହେବା କଥାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ନିଜେ ଦଳ ଗଠନ କରି ଏଥିରେ ବିଜୁ ଅନୁଗତଙ୍କୁ ସାମିଲ କରାଇବା ଯୋଜନାରେ ଅଛନ୍ତି ଦାମ । ଦଳର ନାମ ପଞ୍ଜିକୃତ ହୋଇସାରିବା ପରେ ପୂର୍ବରୁ ବିଜେଡି ଛାଡ଼ିଥିବା ନେତାମାନଙ୍କୁ ସେଥିରେ ପଦପଦବୀ ଦେବାଲାଗି ଯୋଜନା ରହିଛି ବୋଲି ଦାମ କହିଛନ୍ତି । ଏପରିକି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର,ଦିଲ୍ଲୀପ ରାୟ ଓ ପଞ୍ଚାନନ କାନୁନ୍ଗୋଙ୍କ ସହ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି । ଦାମ କହିଛନ୍ତି, ଯଦି ଏହି ନେତାମାନେ ଜନତାକ୍ରାନ୍ତି ଦଳରେ ସାମିଲ ହୁଅନ୍ତି, ତେବେ ସେମାନଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ନିର୍ବାଚନ ଲଢ଼ିବ । ଏପରିକି କଂଗ୍ରେସ ସହ ମେଣ୍ଟ ପାଇଁ ମଧ୍ୟ ଦାମବାବୁ ସୂଚନା ଦେଇଛନ୍ତି । ନିଜେ ଦଳରେ କୋ÷ଣସି ପଦପଦବୀରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ଏହି ଦଳକୁ ରେଜିଷ୍ଟ୍ରେସନ କରାଇବା ଲାଗି ଯଜେ୍ଞଶ୍ୱର ବାବୁଙ୍କୁ ଦାମ ଦିଲ୍ଲୀ ପଠାଇଥିବା ଜଣାପଡ଼ିଛି । ଏହାସହ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଜନତାକ୍ରାନ୍ତି ଦଳରେ ସ।।ମିଲ ହେବା ନେଇ କଥା ହୋଇଥିବା ଜଣାପଡିଛି । ବିଜେଡିରୁ ବିଦା ହେବା ପରେ ଦାମବାବୁ ବ୍ରଜ ତ୍ରିପାଠୀଙ୍କ ଦଳରେ ସାମିଲ ହୋଇ ଏହାକୁ ବିଜୁ ସମତାକ୍ରାନ୍ତି ଦଳ ବୋଲି ନାମ ରଖିଥିଲେ । ହେଲେ ଅଳ୍ପ ଦିନରେ ତାଙ୍କ ଭିତରେ ଫାଟ ହେବାରୁ ଦଳ ଛାଡ଼ିଦେଲେ । ସେତେବେଳେ ସେ କହିଥିଲେ ତାଙ୍କୁ କୋ÷ଣସି ପଦ ଦରକାର ନାହିଁ । ସେଥିରେ ସଫଳ ନହେବାରୁ ଦାମ ନିଜେ ଦଳ ଗଠନ କରି ନବୀନଙ୍କ ବିରୋଧରେ ଲଢ଼େଇ କରିବାକୁ ଏବେ ଅ

Leave A Reply

Your email address will not be published.