ଫେବୃୟାରୀ ୧ରେ ଅନ୍ତରୀଣ ବଜେଟ
ନୂଆଦିଲ୍ଲୀ : ଜାନୁଆରୀ ୩୧ରୁ ସଂସସଦରେ ବଜେଟ ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇଛି। ସଂସଦୀୟ କ୍ୟାବିନେଟ କମିଟିରେ ଏନେଇ ନିଷ୍ପତି ପରେ ତାରିଖ ଘୋଷଣା ହୋଇଛି। ଜାନୁଆରୀ ୩୧ରୁ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ।
ଫେବୃୟାରୀ ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ତେବେ ପୂର୍ଣ୍ଣାଙ୍ଗ ବଜେଟ ସାଧାରଣ ନିର୍ବାଚନ ପରେ ନବ ନିର୍ବାଚିତ ସରକାର ଉପସ୍ଥାପନ କରିବେ ବୋଲି ଅର୍ଥମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ବିଜେପି ନେତୃତ୍ବରେ ଏନଡିଏ ସରକାରର ଏହା ହେବ ଶେଷ ବଜେଟ । ୨୦୧୪ରେ ମଧ୍ୟ ଅନୁରୂପଭାବେ ତତ୍କାଳୀନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ପରେ ଜୁଲାଇରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ପୁର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।
