ବରଗଡ : ବରଗଡ଼ ଜିଲ୍ଲା ଅତବିରା ଥାନା ଅନ୍ତର୍ଗତ ଭାଲୁପତ୍ର ଗାଁ ରେ ପାର୍ଶଲ ବୋମା ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣରେ ଆହତ ଯୁବକ ହେଉଛନ୍ତି ଭାଲୁପତ୍ରା ଗ୍ରାମ ର ଟି.ନାଗଭୂଷଣ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ବଡ଼ମେଡିକଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ଦିନ ସାଢ଼େ ୩ ଟା ସମୟରେ ଟି ନାଗଭୂଷଣ ଙ୍କ ୧୩ ବର୍ଷୀୟ ପୁଅ ତାଙ୍କ ଘର ପାଚେରୀ ରେ ଏକ ପାର୍ଶଲ ରଖାଯାଇଥିବା ଦେଖି ତାଙ୍କୁ ଡାକିଥିଲେ । ଫଳରେ ନାଗଭୂଷଣ ପାଚେରୀରେ ଏକ ମାଟିଆ ରଙ୍ଗର ପ୍ୟାକେଟ ରେ ରଖାଯାଇଥିବା ଉକ୍ତ ପାର୍ଶଲ କୁ ଖୋଲିବା ସମୟରେ ପାର୍ଶଲ ଟି ବିସ୍ଫୋରଣ ହୋଇଥିଲା ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି ତେବେ ଏହି ବୋମା ଥିବା ପାର୍ଶଲ ଟି କିଏ ଏଠାକୁ ଆଣି ରଖିଲା ତଥା କିପରି ସେଠାକୁ ଗଲା ସେନେଇ ପୋଲିସ ଛାନବିନ ଆରମ୍ଭ କରିଛି । ବରଗଡ ଏସପି ମୁକେଶ କୁମାର ଭାମୁ ଏହି ପ୍ୟାକେଟ ବୋମା ବିସ୍ପୋରଣ ହୋଇଥିବା ସ୍ବିକାର କରିଛନ୍ତି ।
