ଭୁବନେଶ୍ୱର: ଆସନ୍ତା ୧୯ରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ଦିନ ୧୧ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମାସ ଶେଷ ବେଳକୁ କଳା ଓ ବାଣିଜ୍ୟ ରେଜଲ୍ଟ ବାହାରିବ । ଚଳତ ବର୍ଷ ମୋଟ ସାଢ଼େ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷା ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖରେ ସରିଥିଲା । ତେବେ ପରୀକ୍ଷା ଖାତା ଦେଖାରେ ସାମାନ୍ୟ ବିଳମ୍ବ ହେତୁ ଗତବର୍ଷ ତୁଳନାରେ ସପ୍ତାହେ ବିଳମ୍ବରେ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇବ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପରୀକ୍ଷା ଖାତାଗୁଡ଼ିକର ଇ ମୂଲ୍ୟାୟନ ହୋଇଛି ।
ପରୀକ୍ଷାର୍ଥୀମାନେ ଅଫିସିଆଲ ଉବସାଇଟchseodisha.nic.in. ରେଜଲ୍ଟ ଦେଖିପାରିବେ। ଏହାସହ orissaresults.nic.in.ରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ। ପରିୀକ୍ଷାଥୟୀ ନିଜର ରୋଲ ନମ୍ବର ରେଜିେ;ଷ୍ଟ୍ରସନ ନମ୍ବର ଟାଇ ପପ କରି ରେଜଲ୍ଟ ଜାଣି ପାରିବେ।ଚଳିତ ବର୍ଷ ଯୁକ୍ତ ଦୁଇ ବର୍ଗରେ ୩ ଲକ୍ଷ ୬୫ ହଜାର ୮୨୬ ପରୀକ୍ଷାର୍ଥୀ ରହିଥିବାବେଳେ ବିଜ୍ଞାନ ବିଭାଗରେ ୯୬ ହଜାରରୁ ଉଧ୍ବ ଛାତ୍ର ଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।
ଅଧ୍ୟାପକଙ୍କ ବିରୋଧ ,ଧର୍ମଘଟ ମଧ୍ୟରେ ସରିଥିବା ଯୁକ୍ତଦୁଇ ମୁଲ୍ୟାୟନ କୁ ନେଇ ଦ୍ବନ୍ଦରେ ପରିକ୍ଷାର୍ଥୀ।କଳା ଓ ବାଣିଜ୍ୟ ରେଜଲ୍ଟ ମାସ ଶେଷ ବେଳକୁ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ଚଳିତବର୍ଷ ୧୫୦୪ଟି କଲେଜରେ ୩ ଲକ୍ଷ ୬୫ ହଜାର ୮୨୬ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ରେଜଲ୍ଟ ପରେ ପରେ ଛାତ୍ର ଛାତ୍ରୀ ମାନେ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନ ଦିଗରେ ସିଏଚଏସଇ କତ୍ତୃପକ୍ଷ ସମାଧାନ କରିବା ନେଇ ମତ ରଖିଛନ୍ତି ଶିକ୍ଷାବିତ। ୧୧୦୪ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ହବ କରାଯାଇଥିଲା। ତେ ବେ ଚଳିତ ବର୍ଷ ଯୁକ୍ତ ଦୁଇ ପାସ ହାର କମିବ ନା ବଢିବ ତାକୁ ନେଇ ଦ୍ବନ୍ଦ।
-୧୯ରେ ବିଜ୍ଞାନ ରେଜଲ୍ଟ
-ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇବିଜ୍ଞାନ ରେଜଲ୍ଟ
-ଦିନ ୧୧ଟାରେ CHSE କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ
-ମାସ ଶେଷରେ ପ୍ରକାଶ ପାଇବ ବାଣିଜ୍ୟ ଓ କଳା ରେଜଲ୍ଟ
