ମହାନଦୀକୁ ନେଇ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କଟକ : ଯେତେବେଳେ ଓଡ଼ିଶାରେ ଏବେ ମହାନଦୀ ହେଉଛି ହଟ୍‌ ଟପିକ୍‌ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ କ’ଣ କହିବେ ତାକୁ ନେଇ ଥିଲା ସମସ୍ତଙ୍କ ଅପେକ୍ଷା । ଆଉ ମହାନଦୀ କଥା ଉଠାଇ ମୋଦି କହିଥିଲେ ମହାନଦୀକୁ ନେଇ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି । କେନ୍ଦ୍ର ସରକାର ସମାଧାନ କରିବାକୁ କହିଲେ, ଓଡ଼ିଶା ସରକାର ସହଯୋଗ କଲେନି । ମହାନଦୀରେ ଅଧାରୁ ଅଧିକ ପାଣି ସମୁଦ୍ରକୁ ବୋହି ଯାଉଛି । ଏକଥା ବିଧାନସଭାରେ ମାନିଛନ୍ତି ସରକାର ।  ଲୋୟର ଇନ୍ଦ୍ର ପ୍ରକଳ୍ପ କାହିଁକି ଏଯାଏଁ ଝୁଲି ରହିଛି ?  ସେ କହିଛନ୍ତି ଯେ ରାଜ୍ୟ ସରକାର ମହାନଦୀକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହା ଆମେ ନୁହେଁ ବିଧାନସଭାରେ ରାଜ୍ୟ ସରକାର ନିଜେ ଏ ସଂପର୍କରେ କହିଥିଲେ। ରାଜ୍ୟ ସରକାର ଗୃହରେ କହିଥିଲେ ଯେ ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲି ଯାଉଛି। କିନ୍ତୁ ରାଜ୍ୟ ସରକାର ଏ ନେଇ ଗମ୍ଭୀର ଥିବା ନଜର ଆସୁନାହାନ୍ତି।

ମହାନଦୀକୁ ନେଇ କେନ୍ଦ୍ର ସମାଧାନର ରାସ୍ତା ବାହାର କରିବାକୁ ଚେଷ୍ଟା କରିଛି ମାତ୍ର ରାଜ୍ୟ ସରକାର ସହଯୋଗ କରିନଥିବା ମୋଦୀ କହିଛନ୍ତି।  ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ଲୋୟର ଇନ୍ଦ୍ର ପ୍ରକଳ୍ପ କାହିଁକି ଲଟକି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଓଡ଼ିଶାର ଚାଷୀଙ୍କୁ  ତାଙ୍କ ଅବସ୍ଥାରେ ଛାଡ଼ି ଦିଆଯାଇଛି ବୋଲି ମୋଦୀ କହିଛନ୍ତି। ଓଡ଼ିଶାରେ ୫ଟି ନଦୀ ପ୍ରକଳ୍ପ ଅନେକ ଦିନରୁ ଲଟକି ରହିଛି।  ଏହାକୁ ପୁରା କରିବାକୁ କେନ୍ଦ୍ର ସରକାର ୮୦  ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାର ମୋଞ୍ଜିଠୁ ନେଇ ବଜାର ପର୍ୟ୍ୟନ୍ତ ବ୍ୟବସ୍ଥାକୁ ବିକଶିତ କରୁଛନ୍ତି। କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ପ୍ରୟାସ କରୁଥିବା ମୋଦୀ କହିଛନ୍ତି।

Leave A Reply

Your email address will not be published.