ପୁନମ ପାଣ୍ଡେଙ୍କ ଗର୍ଭବତୀ

ପୁନମ ପାଣ୍ଡେଙ୍କ ଗର୍ଭବତୀ

ମୁମ୍ବାଇ :  ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଚର୍ଚ୍ଚାରେ। ସବୁବେଳେ ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହୁଥିବା ପୁନମ ୨ ମାସ ପୂର୍ବରୁ ସ୍ୟାମ୍‌ ବମ୍ବେଙ୍କୁ ବିବାହ କରିଛନ୍ତି। ଏହା ପରେ ପୁନମଙ୍କ ବ୍ୟକ୍ତିଗତ ଜୀବନ ବିବାଦ ଘେରରେ ରହିଛି।

ତେବେ ପୁନମ ପାଣ୍ଡେ ବିବାହର କେବଳ ୨ ମାସ ପରେ ଗର୍ଭବତୀ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଅଭିନେତ୍ରୀ ନିରବତା ଭଙ୍ଗ କରିଛନ୍ତି। ପୁନମ ପାଣ୍ଡେ କହିଛନ୍ତି- ଯଦି ସେମିତି କିଛି ହୋଇଥିବ ତେବେ ମୁଁ ଆପଣମାନଙ୍କୁ ଜଣାଇଦେବି। ଏମିତି କହି ଅଭିନେତ୍ରୀ ଗର୍ଭବତୀ ହେବା କଥା ଉପରେ ପରଦା ପକାଇବାକୁ ଚେଷ୍ଟା କରିଥିବା କୁହାଯାଉଛି। ନିକଟରେ ଜଣେ ଡାକ୍ତର ପୁନମ ପ୍ରେଗ୍‌ନେଣ୍ଟ ଥିବା ନେଇ ଦାବି କରିଥିଲେ।

ସେପଟେ ବିବାହକୁ କେବଳ ୨ ମାସ ହୋଇଥିବା ବେଳେ ନିଜ ସ୍ବାମୀ ସ୍ୟାମ୍‌ ବମ୍ବେଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ ପୁନମ। ବମ୍ବେ ତାଙ୍କୁ ମାରପିଟ କରିବା ସହ ଧମକ ଦେଉଥିବା ନେଇ ଥାନାରେ ଅଭିନେତ୍ରୀ ଅଭିଯୋଗ କରିଥଲେ । ତେବେ ଏହି ଘଟଣା ଦକ୍ଷିଣ ଗୋଆର କ୍ୟାନେକୋନ ଗାଁରେ ଘଟିଥିଲା। ପୁନମଙ୍କ ଅଭିଯୋଗ ଆଧାରରେ ସ୍ୟାମ୍‌ଙ୍କୁ ପୋଲିସ ଗିରଫ କରିଛି।

poonam-panday-pregnant

Leave A Reply

Your email address will not be published.