ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ ହୋଇଛନ୍ତି। ସେ ଏନେଇ ଆଜି ନିଜ ଫେସବୁକ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ମୁଦୁଲି ଏବେ ସୁସ୍ଥ ଅଛନ୍ତି ଓ ନିଜକୁ ଘରେ ସଙ୍ଗରୋଧରେ ରଖିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି। ଶ୍ରୀ ମୁଦୁଲି ଜଗତସିଂହପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଆଜି ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ସଂକ୍ରମିତ ହୋଇଥିବାବେଳେ ଇତିମଧ୍ୟରେ ବିଜେଡିର ଦେଢ଼ଡଜନ ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.