ଭୁବନେଶ୍ୱର : ରବିବାର ଶେଷ ହୋଇଥିବା ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିଅନ୍ଶିପ୍ ଫାଇନାଲ୍ରେ ଭାରତର ପିଭି ସିନ୍ଧୁ ପରାସ୍ତ ହୋଇ ରୌପ୍ୟ ପଦକ ପାଇଛନ୍ତି । ଅନ୍ୟପକ୍ଷରେ ତାଙ୍କୁ ସ୍ପେନ୍ର କ୍ୟାରୋଲିନ୍ ମ୍ୟାରିନ୍ ୨୧-୧୯, ୨୧-୧୦ରେ ପରାସ୍ତ କରି ନିଜର ତୃତୀୟ ଟାଇଟଲ୍ ହାସଲ କରିଛନ୍ତି । ପ୍ରଥମ ଗେମ୍ରେ ସିନ୍ଧୁ ଟକ୍କର ଦେଇଥିଲେ ହେଁ ଦ୍ୱିତୀୟ ଗେମ୍ରେ ମ୍ୟାରିନ୍ ଦ୍ରୁତ ଶଟ୍ ଖେଳି ସ୍ୱର୍ଣ୍ଣପଦକ ପକ୍କା କରିଥିଲେ । ସିନ୍ଧୁ ପ୍ରଥମ ଭାରତୀୟ ଭାବେ ପ୍ରତିଯୋଗିତାରେ ତାଙ୍କର ଦ୍ୱିତୀୟ ରୌପ୍ୟ ଓ ଚତୁର୍ଥ ପଦକ ହାସଲ କରିଛନ୍ତି । ପୂର୍ବରୁ ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ୧୯୮୩ରେ ପ୍ରକାଶ ପାଦୁକୋନ୍ ବ୍ରୋଞ୍ଜ୍, ୨୦୧୧ରେ ଜ୍ୱାଲା ଗୁଟ୍ଟା- ଅଶ୍ୱିନୀ ପୋନାପ୍ପା, ୨୦୧୫ ଓ ୨୦୧୭ରେ ସାଇନା ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଅଦ୍ୟାବଧି ପ୍ରତିଯୋଗିତାରେ ଭାରତ ୮ଟି ପଦକ ଜିତିପାରିଛି
