ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଜେଡିର ବରିଷ୍ଠ ନେତା ରଘୁନାଥ

ଭୁବନେଶ୍ୱର:  ଆଜି ବିଜେଡିର  ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଦେଲେ ଇସ୍ତଫାପତ୍ର ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ  ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିବ କି ନା ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ। ସେ ବିଜେଡିରେ ଅଛନ୍ତି ଏବଂ ଦଳର ଉପସଭାପତି ବୋଲି କହିବାକୁ ଭୁଲି ନଥିଲେ। ରଘୁନାଥ ମହାନ୍ତିଙ୍କୁ  ବିଜେଡି ଏଥର ବାଲେଶ୍ୱର ଜିଲ୍ଲାର  ବସ୍ତା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.