ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଖ୍ୟାତାନାମା ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ଆଜି ସକାଳେ ପରଲୋକ ହୋଇଛି । ତାଙ୍କର ସକାଳ ପ୍ରାୟ ୧୦ଟା ବେଳେ ମୁମ୍ବାଇର ରିଲାଏନ୍ସ ହୃକିସୋନ ଦାସ ହସ୍ପିଟାଲରେ ପରଲୋକ ହୋଇଛି । ରାଜ କୁମାର ବଡଜାତ୍ୟା ହେଉଛନ୍ତି ସୁପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ତାରାଚନ୍ଦ ବଡଜାତ୍ୟାଙ୍କ ସୁପୁତ୍ର ତଥା ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ସୂରଜ ଆର ବଡଜାତ୍ୟାଙ୍କ ପିତା। ରାଜକୁମାର ବଡଜାତ୍ୟା ପ୍ରଥମେ ପିତା ତାରାଚନ୍ଦ ବଡଜାତ୍ୟାଙ୍କ ସହ ମିଶି ଫିଲ୍ମ ନିର୍ମାଣ କରୁଥିଲେ। ସେ ମୈନେ ପ୍ୟାର୍‌ କିୟା, ହମ୍‌ ଆପ୍‌କେ ହେ କୌନ୍‌, ବିବାହ , ପ୍ରେମ ରତନ ଧନ୍‌ ପାୟୋ ଏବଂ ହମଚାର୍‌ ଆଦି ସିନେମାରେ ନିର୍ମାତା ଥିଲେ। ରାଜକୁମାର ବଡଜାତ୍ୟା ହିଁ ସୁପରଷ୍ଟାର୍‌ ସଲମାନ୍‌ ଖାନଙ୍କୁ ମୈନେ ପ୍ୟାର୍‌ କିୟା ଫିଲ୍ମରେ ବ୍ରେକ୍‌ ଦେଇଥିଲେ। ତାଙ୍କର ଶେଷ ସିନେମା ହମଚାର୍‌ ଗତ ୧୫ ତାରିଖରେ ରିଲିଜ୍‌ ହୋଇଥିଲା।

Leave A Reply

Your email address will not be published.