ଝାଡ଼ଖଣ୍ଡ : ଚଳନ୍ତା ସ୍କର୍ପିଓରେ ଗଣ ଦୁଷ୍କର୍ମ । ତାହା ପୁଣି ଜଣେ ୧୦ମ ଶ୍ରେଣୀର ଛାତ୍ରୀଙ୍କୁ । ଆଉ ଏହି ଭିଡିଓ ଏବେ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେବା ପରେ ପୁଲିସ ଆରମ୍ଭ କରିଛି କାର୍ଯ୍ୟନୁଷ୍ଠାନ । ଏମିତି ଘଟଣା ଘଟିଛି ଝାଡଖଣ୍ଡ ପାଲୁମ ଅଞ୍ଚଳରେ ।
ଲେସ୍ଲିଗଞ୍ଜ ଥାନାରେ ସେ ୧୦ମ ଶ୍ରେଣୀ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ଜୁଲାଇ ୨୩ ତାରିଖ ଦିନ ସତ୍ବାର୍ଓ୍ଵାର ଶିକ୍ଷକ ତାଲିମ୍ ମହାବିଦ୍ୟାଳୟ ନିକଟରୁ ଜବରଦସ୍ତି ଉଠାଇ ନେଇ ଶମ୍ଶାଦ୍ ଅନ୍ସାରି ନାମକ ଜଣେ ବ୍ୟକ୍ତି ତାଙ୍କ ସହ ସ୍କର୍ପିଓ ଗାଡ଼ି ମଧ୍ୟରେ ଦୁଷ୍କର୍ମ କରିଥିଲେ। ୧୦ମ ଶ୍ରେଣୀ ସପ୍ଲିମେଣ୍ଟାରି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିବାକୁ ସେ ଯାଇଥିଲେ।
ପୀଡ଼ିତା ଆହୁରି କହିଛନ୍ତି: ମୁଁ ପ୍ରତିବାଦ କରିବାରୁ, ଶମ୍ଶାଦ୍ ସହ ଆସିଥିବା ଦାନିଶ ଅନ୍ସାରି ମତେ ମାଡ଼ ଦେଇ ହତ୍ୟା କରିବାକୁ ଧମକ ଦେଲେ। ଦୁହେଁ ଦୁଷ୍କର୍ମର ଭିଡିଓ ମଧ୍ୟ ଉତ୍ତୋଳନ କରି ମତେ କହିଲେ କି, ସେମାନେ ଯେତେବେଳେ ଡକାଇବେ ସେତେବେଳେ ମୁଁ ଯିବି। ନଚେତ ମତେ ଓ ମୋ ପରିବାର ଲୋକଙ୍କୁ ହତ୍ୟା କରିବେ ବୋଲି ସେମାନେ ଧମକାଇଲେ।
ପରିବାରର ସମ୍ମାନ ପାଇଁ ମୁଁ ଚୁପ୍ ରହିଲି, କିନ୍ତୁ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍ ହେବା ପରେ ଲୋକେ ପଚରା ପଚରି କରିବାରୁ ପୁଲିସରେ ଫେରାଦ ହେବା ଛଡ଼ା ମୋ ପାଖରେ ଆଉ ଚାରା ନ ଥିଲା।
