ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ

ଭୁବନେଶ୍ବର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ ଲାଗାଇଛନ୍ତି ସରକାର । ଫଳରେ ୪ବର୍ଷ ଧରି ପୁନଃ ନିଯୁକ୍ତି ପାଇ ଚାକିରି କରୁଥିବା ୫୦ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ । ସରକାରଙ୍କ ଏଭଳି ନଷ୍ପତ୍ତିକୁ ସବୁଆଡୁ ସ୍ବାଗତ କରାଯାଇଛି । ବିରୋଧୀ କିନ୍ତୁ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି । ମୁଣ୍ତ ଉପରେ ନିର୍ବାଚନ ଥିବାରୁ ଯୁବବର୍ଗଙ୍କୁ ଭୁଲାଇବାକୁ ସରକାରଙ୍କର ଏହା ଚାଲ୍ ବୋଲି କହିଛନ୍ତି ସେମାନେ ।

ଛଟେଇ ହେବେ ପୁନଃ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ୫୦ ହଜାର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର । ଏନେଇ ସବୁ ବିଭାଗକୁ ନିର୍ଦେଶ ଦିଆଯାଇଛି । କେଉଁ ବିଭାଗରେ କେତେ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି ତାଙ୍କୁ ଛଟେଇ କରିବା ପାଇଁ ପଦକ୍ଷେପ ନେବା ସହ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ସରକାରଙ୍କ ଏଭଳି ନିର୍ଦ୍ଦେଶକୁ ଛାତ୍ରସମାଜ ସ୍ବାଗତ କରିଛନ୍ତି । ତେବେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଅନେକ ବେକାର୍ ହୋଇ ଯାଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଚାକିରିର ବୟସ ସୀମା କୋହଳ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିନ୍ତୁ ସମାଲୋଚନା କରିଛନ୍ତି ବିରୋଧୀ । କଂଗ୍ରେସ କହିଛି,  ମୁଣ୍ତ ଉପରେ ନିର୍ବାଚନ ଥିବାରୁ ବେକାରୀ ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଇଛନ୍ତି ସରକାର । ୫୦ ଲକ୍ଷ ନିଯୁକ୍ତି ଦେବାକୁ ନର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ବିଫଳ ହୋଇଛନ୍ତି । ବେକାରୀ ସମସ୍ୟା ଆଗମୀ ନିର୍ବାଚନରେ ବଡ ଇସ୍ୟୁ ହେବ । ତେଣୁ ରାଜ୍ୟ ସରକାର ଏମିତି ଚାଲ୍ କରିଥିବା ବିରୋଧୀ କହୁଛନ୍ତି ।

ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ ରୋକକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଏମାନଙ୍କ ବଦଳରେ ଖାଲି ପଡୁଥିବା ପଦପଦବୀ ତୁରନ୍ତୁ ପୂରଣ କରାନଗଲେ, ବ୍ୟବସ୍ଥା ପୂରା ଅଚଳ ହୋଇଯିବ । ରୁ କ୍ୟାମେରା ପର୍ସନ ଗୁଣ୍ତିଚାଙ୍କ ସହ ପ୍ରଶାନ୍ତ ସ୍ବାଇଁ, ସୁକାନ୍ତ ରାଉତରାୟ ଏବଂ ଲକ୍ଷ୍ମୀଧର ମହାପାତ୍ର, ନ୍ୟୁଜ ସେଭେନ୍ ।

Leave A Reply

Your email address will not be published.