ଘୁଞ୍ଚିଲା ରିୟାଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ମଙ୍ଗଳବାର ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ବୁଧବାର ହାଇକୋର୍ଟ ବନ୍ଦ ରହିଛି। ଫଳରେ ରିୟା ଓ ସୌଭିକ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ହେବ।

ଡ୍ରଗ୍ସ ମାମଲାରେ ରିୟାଙ୍କୁ ସେପ୍ଟେମ୍ବର ୮ରେ ଗିରଫ କରାଯାଇଥିଲା। ତାଙ୍କୁ ପୂର୍ବରୁ ସେପ୍ଟେମ୍ବର ୨୨ରେ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ସ୍ବତନ୍ତ୍ର କୋର୍ଟ ତାଙ୍କ ନ୍ୟାୟିକ ବନ୍ଦୋବସ୍ତକୁ ଅକ୍ଟେବର ୬ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ରିୟା ଏବଂ ତାଙ୍କ ଭାଇ ସୌଭିକ ୨୨ ସେପ୍ଟେମ୍ବରରେ ମୁମ୍ବାଇ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ବୁଧବାର ଏହାର ଶୁଣାଣି ହେବାର ଥିଲା। ମାତ୍ର ପ୍ରବଳ ବର୍ଷା ଯୋଗୁ ହାଇକୋର୍ଟ ବନ୍ଦ ରହିଛି। ତେଣୁ ଶୁଣାଣି ହୋଇପାରିନାହିଁ।

Leave A Reply

Your email address will not be published.