କୁହୁଡି ହେଲା କାଳ : ଟ୍ରକ- ବୋଲେରୋ ଧକ୍କା ୫ ମୃତ,୩ ଗରୁତର


କେନ୍ଦ୍ରାପଡା : ଘନ କୁଡୁଡି କାଳ ହେଲା । ସଡକ ଦୁର୍ଘଟଣାରେ ଗଲା ୫ ଜୀବନ । ଘଟଣା ଘଟିଛି କଟକ- ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ନିକଟ କାର୍ତିଆ ଛକ ନିକଟରେ । ଏକ ବଡ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ ଆଜି ଭୋରୁ କଟକ ଚାନ୍ଦବାଲି ରାସ୍ତାରେ ପରସ୍ପର ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ- ଓ ବୋଲେର ମୁହାଁ ମୁହିଁ ଧକ୍କା ହୋଇଥିଲା । ଭୋରୁ ଘନ କୁହୁଡି ଯୋଗୁ ଉଭୟ ଗାଡିର ଚାଳକ କେହି କାହାକୁ ଆସୁଥିବାର ଜାଣି ପାରି ନଥିଲେ । ଫଳରେ କାର୍ତିଆ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ନିଆ୍ୟାଇଥିଲା । ତେବେ ଖବର ଅନୁସାରେ ନିଶ୍ଚିନ୍ତ କୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା ୫ରେ ପହଁଚିଛି । ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କୁହୁଡି ହିଁ ଦୁର୍ଘଟଣାର କାରଣ ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅଞ୍ଚଳର କେତେକ ଲୋକ ଓଡ଼ି୨୯ ଡି ୫୩୮୮ ନମ୍ବର ବିଶିଷ୍ଟ ବୋଲେରୋ ଗାଡ଼ିରେ କଟକରୁ ରାଜନଗରକୁ ଫେରୁଥିଲେ। ଭୋର ପ୍ରାୟ ୬ଟା ବେଳେ ଚାନ୍ଦୋଳ ଥାନା ଅନ୍ତଗ’ତ କାକତିଆ ନିକଟରେ ସାମନା ପଟୁ ଆସୁଥିବା ଏକ ହାଇଓ୍ଵାକୁ ବୋଲେରୋ ଡ୍ରାଇଭର ଦେଖି ପାରି ନ ଥିଲେ। ଫଳରେ ବେଲେରୋଟି ସହିତ ହାଇଓ୍ଵାର ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ପୁଲିସ, ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.