ବାଲୁକା କଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ମକର ସଂକ୍ରାନ୍ତିକୁ ନେଇ ସାରା ଦେଶ ଉତ୍ସବ ମୁଖର ଓ ଚଳ ଚଂଚଳ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାରା ଦେଶ ବାସୀଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

ପୁରୀ ବେଳାଭୂମିରେ ବାଲୁକାକଳାରେ ସେ ରଙ୍ଗ ବେରଙ୍ଗ ଗୁଡ଼ିର ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି। ସାରା ଦେଶବାସୀଙ୍କୁ ଏକ ସାଙ୍ଗରେ ମକର ସଂକ୍ରାନ୍ତି ସମେତ ବିଭିନ୍ନ ରାଜ୍ୟର ଆଂଚଳିକ ପର୍ବ ଲୋହରି, ପୋଙ୍ଗଲ , ଉତରାୟଣ ଏବଂ ବିହୁ ପର୍ବର ଶୁଭେଚ୍ଛା ମଧ୍ୟ ସେ ଜଣାଇଛନ୍ତି ।

Leave A Reply

Your email address will not be published.